ଭାଗବତ ଓଡ଼ିଆ ଜାତୀୟ ଚରିତ୍ରର ଏକ ପ୍ରକୃଷ୍ଟ ପ୍ରତିଛବି

add-all

ବ୍ରହ୍ମପୁର (୧୦/୦୯) : ସ୍ଥାନୀୟ ଅଗ୍ରଣୀ ପ୍ରତିଷ୍ଠାନ “ଗଜପତି ସେବା ଓ ସାଂସ୍କୃତିକ ସମିତି” ପକ୍ଷରୁ ସିଟି ହାଇସ୍କୁଲ ରୋଡ ସ୍ଥିତ ରାମ ମନ୍ଦିର ପରିସରରେ “ଭାଗବତ ଟୁଙ୍ଗିରେ କୈବଲ୍ୟ” ଶୀର୍ଷକ ଏକ ଆଧ୍ୟାତ୍ମ କାର୍ଯ୍ୟକ୍ରମ ସମିତି ଆବାହକ ନୀଳାମ୍ବର ସାହୁଙ୍କ ପୌରୋହିତ୍ୟରେ ମହାଡମ୍ଵର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପାଢ଼ୀ ଏବଂ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବରେ ଯୋଗଦେଇ ଭାଗବତ ଜନ୍ମ ସମ୍ପର୍କରେ ଆଲୋକପାତ କରିବା ସହ ଭାଗବତ ଓଡ଼ିଆ ଜାତୀୟ ଚରିତ୍ରର ଏକ ପ୍ରକୃଷ୍ଟ ତଥା ବାସ୍ତବ ପ୍ରତିଛବି ବୋଲି ମତବ୍ୟକ୍ତ କରିଥିଲେ । ଆଚାର୍ଯ୍ୟ ବେଦ ପ୍ରକାଶ ଗାଙ୍ଗୁଲିଙ୍କ ପୌରୋହିତ୍ୟରେ ଟି. ନିରୁପମା, ନମିତା ସାହୁ, ବିଷ୍ଣୁ ପ୍ରଧାନ,ନବନିତା ସାହୁ ପ୍ରମୁଖ ଭାଗବତ ପାଠ କରିଥିଲେ । ସମିତି ପକ୍ଷରୁ ଭାଗବତ ପାଠକ ସୃଷ୍ଟି ଉଦ୍ଦେଶ୍ୟରେ କିଛି ଭାଗବତ ପୁସ୍ତକ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନୀଳ ଜେନା ସହଯୋଗ କରିଥିବା ବେଳେ ପରିଶେଷରେ ପ୍ରମୋଦ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.