ଘୁମୁସରର ସ୍ବର ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର

add-all

ବୁଗୁଡ଼ା (୧୦/୦୯) : ଓଡିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ୧୧୫ତମ ସାହିତ୍ୟ ଆଲୋଚନା ଚକ୍ର ଭାଦ୍ରବ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରାହିତ୍ୟରେ ପବିତ୍ର ଭାଗବତ ଜନ୍ମ ତିଥିରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଗବେଷକ ଡକ୍ଟର ବ୍ରଜକିଶୋର ପାଢୀ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ,କୈଳାଶ ଚନ୍ଦ୍ର ପ୍ରଧାନ,ଖଲି ପରିଡା, ଅଧ୍ୟାପିକା ଭକ୍ତ ଲତା ମହାପାତ୍ର, ସଲୀଳା କୁମାରୀ ନାୟକ,ଏ.ଶିବାନୀ ଆଚାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭାଗବତ ଗ୍ରନ୍ଥ ପଠନର ଉପାଦେୟତା ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ତତ୍କାଳୀନ ସମୟରେ ଭାଗବତ ଓଡିଆ ପ୍ରାଣରେ ସାକ୍ଷରତା ଆଣି ଦେଇଥିଲା ଏବଂ ସେଥିରେ ସାର୍ବଜନୀନ ଭାଷା ପ୍ରୟୋଗ ଦ୍ବାରା ଲୋକେ ଆଗ୍ରହର ସହ ତାହାକୁ ଗ୍ରହଣ କରି ପାରୁଥିଲେ । ସଂପ୍ରତି ଆଧୁନିକତା ନାମରେ ପ୍ରାଚୀନ ଭାଗବତ ଗ୍ରନ୍ଥକୁ ଯୁବ ସମାଜ ପଢୁ ନଥିବାରୁ ସେମାନଙ୍କ ଭିତରେ ଆଧ୍ୟାତ୍ମିକତା ଭାବ ସୃଷ୍ଟି ହେଉନଥିବା ଫଳରେ ଭାଇଚାରାରେ ଦିନକୁ ଦିନ ଭଟ୍ଟା ପଡିବାରେ ଲାଗିଛି। ଏଣୁ, ଯୁବ ସମାଜ ବହୁ ମାତ୍ରାରେ ଭାଗବତ ଅଧ୍ୟୟନ କଲେ ମାନବ ସମାଜ ସଂସ୍କାର ଅବକ୍ଷୟରୁ ରକ୍ଷା ପାଇପାରିବ ବୋଲି ଅତିଥି ମାନେ ସ୍ବ ସ୍ବ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ପରିଶେଷରେ ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.