
ବ୍ରହ୍ମପୁର : ଆଜି ରୋଟାରୀ କନଫେରନ୍ସ ହଲ ରେ ପତଞ୍ଜଳି ଯୋଗ ପରିବାର ଗଂଜାମ ତରଫରୁ ଏକ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଗଂଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଛ ଜିଲ୍ଲାର ଏକ ଶହରୁ ଅଧିକ ପଦାଧିକାରୀ ଓ କାର୍ଯ୍ୟକର୍ତା ଙ୍କ ସହ ପଚାଶରୁ ଅଧିକ ରୋଟାରିଆନ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ଏହି ବୈଠକରେ ଯୋଗପୀଠ ହରିଦ୍ୱାର ରୁ ସ୍ଵାମୀ ରାମଦେବ ଙ୍କ ପ୍ରତିନିଧି ସ୍ୱାମୀ ପରମାର୍ଥ ଦେବ ଙ୍କ ସହ ଯୁବ ଭାରତ ପ୍ରତିନିଧି ଆଚାର୍ଯ୍ୟ ଚନ୍ଦ୍ରମୋହନ ଓ ସଚିନ ଯୋଗ ଦେଇ ଯୋଗ ଆୟୁର୍ବେଦ, ସ୍ବଦେଶୀ ଓ ସ୍ବଦେଶୀ ଶିକ୍ଷା ବ୍ୟବସ୍ଥା ବିଷୟରେ ବିଶେଷ ଆଲୋଚନା କରିଥିଲେ।ଏ ବୈଠକରେ ରାଜ୍ୟ ସମିତିର ଶୁଧାଂଶୁ ଅଧିକାରୀ, ସ୍ୱୟଂ ପ୍ରକାଶ, ପିତାମ୍ବର ଭାଇ , ଭଉଣୀ ନିବେଦିତା ଓ ଡକ୍ଟର ଦେବରାଜ ପାଣିଗ୍ରାହୀ ଉପସ୍ଥିତ ରହି ମାର୍ଗ ଦର୍ଶନ ଦେଇଥିଲେ।
ଜିଲା କାର୍ଯ୍ୟକର୍ତା ଓ ପ୍ରଭାରୀ ଶିଶିର ଦାସ, ଡକ୍ଟର କିରଣ ପାଣିଗ୍ରାହୀ ଓ ଯୁବ ପ୍ରଭାରୀ ବରୁଣ ପାଣିଗ୍ରାହୀ, ଧର୍ମା ଆଚାରି ଓ ମହିଳା ପ୍ରଭାରୀ ତପଶ୍ବିନୀ ମିଶ୍ର, ଜୋତ୍ସା ଦାସ ବୈଠକ ପରିଚାଳନା କରିଥିଲେ।
ବୈଠକରେ ମୁଖ୍ୟତଃ ଦକ୍ଷିଣ ଓଡିଶାର 06 ଜିଲ୍ଲାରେ ଘର ଘର ଯୋଗ ହର ଘର ଯୋଗ ଉପରେ ଯୋଗରୁଷି ରାମଦେବଙ୍କ ମାର୍ଗଦର୍ଶନ ଦିଆଯାଇଥିଲା।
ଶେଷରେ ଯୁବ ପ୍ରଭାରୀ ବରୁଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିବା ସହ ପ୍ରସାଦ ସେବନର ସହ ବୈଠକ ସମାପ୍ତି ହୋଇଥିଲା।
ପ୍ରସାଦ ସେବନ ପରେ ସ୍ୱାମୀ ପରମାର୍ଥ ଜୀ ବ୍ରହ୍ମପୁର ର କିଛି ବୁଦ୍ଧିଜୀବୀ ଙ୍କ ସହ ଭାରତୀୟ ଶିକ୍ଷା ବୋର୍ଡ ଓ ଭାରତୀୟ ଶିକ୍ଷା ଉପରେ ଆଲୋଚନା କରିଥିଲେ। ଏପରି ଆଞ୍ଚଳିକ ବୈଠକ 2018 ପରେ ଗଞ୍ଜାମରେ ଏଥର ଆୟୋଜନ ହୋଇଥିଲା।