ଵ୍ଳକସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ପାଳନ

add-all

ହିଞ୍ଜିଳିକାଟୁ (୧୧/୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ବ୍ଳକସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ୧୦ ଟି କ୍ଳଷ୍ଟର ରେ ୯୫ ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ବ୍ଲକ୍ ଗୋଷ୍ଟିଶିକ୍ଷାଧିକାରୀ ଏସ ଗିରିଧର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ବାଧୀନତା ରପରବର୍ତୀ ୭୫ ବର୍ଷ ମଧ୍ୟରେ ଦେଶର ଶିକ୍ଷା, ଶିଳ୍ପ, କୃଷି ଓ ବୈଷୟିକ ବିଜ୍ଞାନ ଆଦିଉପରେ ପରିବର୍ତ୍ତନ ହୋଇଥିବା ନେଇ ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ବ୍ଳକର ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେଥୂ ମଧ୍ୟରୁ ୩୦ ଜଣ ଛାତ୍ରଛାତ୍ରୀ ଙ୍କ ଆର୍ଟ ଆଣ୍ଡ କ୍ରାଫ୍ଟ ରେ ମନୋନୀତ ହୋଇଛନ୍ତି। ଏହି ୩୦ ଗୋଟି ଚିତ୍ର ଓ କ୍ରାପ୍ଟ ଜିଲ୍ଲା ସ୍ତରକୁ ପଠାଯାଇଛି। ଶେଷରେ ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ପଲେଈ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଯୋଗଦେଇ କୃତି ଓ ସମସ୍ତ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଵିଦ୍ୟାଳୟର ପରିଚାଳନା କମିଟି ସଭାପତି ଵିଭୁ ପ୍ରସାଦ ପଣ୍ଡା, ଶିକ୍ଷକ ଉପେନ୍ଦ୍ର କୁମାର ସାବତ, ଲାଲ ମୋହନ ସାହୁ, ସିଆର ସିସି ଅଖିଳ କୂମାର ପଣ୍ଡା, ଶିକ୍ଷକ ବୈକୁଣ୍ଠ ନାଥ ପାଢି, ରଶ୍ମିତା ପାଢୀ, ସୁଜତା ପ୍ରଧାନ, ମଞ୍ଜୁଲତା ଦତ୍ତ, ଭାରତୀ ଚୌଧୁରୀ, ଗାୟତ୍ରୀ ଚୌଧୁରୀ, ଗାୟତ୍ରୀ ମହାପାତ୍ର, ଅରପ୍ରତିମା ପାତ୍ର, ପ୍ରଶନ ଗୈଡ ଓ ଶିକ୍ଷକ ସନ୍ତୋଷ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.