କୁକୁଡାଖଣ୍ଡି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ

add-all

କୁକୁଡାଖଣ୍ଡି(୧୧/୯) : ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ କୁକୁଡାଖଣ୍ଡି ବ୍ଲକରେ ରବିବାର ଦିନ ୧୧ ଘଟିକା ସମୟରେ ସ୍ଥାନୀୟ ଡାକବଙ୍ଗଳା ପରିସରରେ ବ୍ଲକ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରାଯାଇଥିଲା । କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଦଳକୁ କିଛି କୁଚକ୍ରୀ ଗୋଷ୍ଠୀ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ମିଥ୍ୟା ମନ୍ତବ୍ୟ ଦେଇ ଦଳରେ ବିଶୃଙ୍ଖଳା କରୁଥିବା ନେଇ ଏହି ସାମ୍ବାଦିକ ସମ୍ମିଳନୀରେ କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା ।ଦଳ ଭିତରେ କୌଣସି ମତାନ୍ତର କିମ୍ବା ମନାନ୍ତର ନାହିଁ ଏବଂ ସମସ୍ତ ଦଳୀୟ କର୍ମୀ ବିଧାୟକ ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ନେତୃତ୍ୱରେ ଚାଲିଛି ।ବିଶୃଙ୍ଖଳିତ କର୍ମୀ ମାନେ ବିଭିନ୍ନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା,ରୋହିଗାଁ ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ,କୈଳାଶ ରଣା, କେ.ମଣିବାବୁ,ବି.ରବିନ୍ଦ୍ର ପାତ୍ର,କୈଳାଶ ବିଶୋଇ,ଟି. ରଘୁପ୍ରସାଦ ପାତ୍ର,ଭବାନୀ ଶଙ୍କର ବିଶ୍ୱାଳ,ସଞ୍ଜୟ ସାହୁ,ରାଧା ମୋହନ ସେଠି,ବନ୍ଦନା ସେଠି,ଲିଲି ସଂଗ୍ରାମ ସିଂ,ଲକ୍ଷ୍ମୀ ମହାଙ୍କୁଡ଼,ଅନିଲ ଗୌଡ଼,ଦେବାଶିଷ ସେଠି, ଚନ୍ଦ୍ରଶେଖର ନାୟକ, ସୁକାନ୍ତ ସାସମଲ,ବାଲାଜୀ ପାତ୍ର, ସଞ୍ଜୟ ସାହୁଙ୍କ ସମେତ ବହୁ ବିଜେଡି ସମର୍ଥିତ ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲପରିଷଦ ସଭ୍ୟା ଓ ଦଳୀୟ ନେତୃବୃନ୍ଦ କର୍ମୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.