ଆନ୍ଦୋଳନକୁ ଓଲ୍ଲାଇଲେ କୁକୁଡ଼ା ଚାଷୀ

add-all

ବୁଗୁଡ଼ା (୨୩/୦୯) : କୁକୁଡ଼ା ଚାଷୀଙ୍କୁ କମ୍ପାନୀ ମାନେ ଉନ୍ନତ ମାନର ଛୁଆ କି ଦାନା ଦେଉ ନଥିବାରୁ ଚାଷୀ ମାନେ କ୍ଷତି ସହୁଥିବା ଫଳରେ ବହୁ ଚାଷୀ ଫାର୍ମ ବନ୍ଦ କରି ଦାଦନ ଖଟିବାକୁ ଚାଲି ଗଲେଣି ବୋଲି ଅଭିଯୋଗ କରି ରାଜ୍ୟ ସଂଘର ଡାକରା କ୍ରମେ ବୁଗୁଡ଼ା ବ୍ଲକର କୁକୁଡ଼ା ଫାର୍ମ ମାଲିକ ମାନେ ଆଜି ନିକଟସ୍ଥ ବଙ୍କେଶ୍ୱରୀ ମନ୍ଦିର ପୀଠରେ ଏକାଠି ହେବା ସହ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକୁ ହାସଲ କରିବା ପାଇଁ ଏକ ସଂଘ ଗଠନ କରି ଆଜି ଠାରୁ ଆନ୍ଦୋଳନକୁ ଓଲ୍ହାଇ ଛନ୍ତି l ଦାବି ଗୁଡିକ ମଧ୍ୟରେ ପୁରୁଣା ଜି.ସିକୁ ପରିବର୍ତ୍ତନ କରି ୧୨ ଟଙ୍କା କରିବା, ଉନ୍ନତ ମାନର ଛୁଆ ଓ ଦାନା ଯୋଗାଇ ଦେବା, କମ୍ପାନୀର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚାଷୀଙ୍କୁ ତାଲିମ ପ୍ରଦାନ କରିବା, ସମସ୍ତ ଔଷଧ ଖର୍ଚ୍ଚ , ଫାର୍ମରେ ବ୍ୟବହାର ହେଉଥିବା ଚଷୁ ଓ କୁକୁଡ଼ା ଉଠାଇବା ଖର୍ଚ୍ଚ କମ୍ପାନୀ ବହନ କରିବା, କମ୍ପାନୀର ବିକ୍ରୟ ବୋନସର ପଚାଶ ପ୍ରତିଶତ ଫାର୍ମରଙ୍କୁ ଦେବା, ମୃତ୍ୟୁ ପ୍ରତିଶତ ୫ ରୁ ଦଶ ପ୍ରତିଶତକୁ ବୃଦ୍ଧି କରିବା, ସଂଘର ବିନା ପରାମର୍ଶରେ ଛୁଆ ଓ ଦାନା ଦର ନ ବଢାଇବା ଆଦି ଦାବିରେ ନିକଟସ୍ଥ ବଙ୍କେଶ୍ୱରୀ ମନ୍ଦିର ଠାରେ ବୁଗୁଡ଼ା ଅଞ୍ଚଳର ସମସ୍ତ କୁକୁଡ଼ା ଫାର୍ମ ମାଲିକ ଏକତ୍ରିତ ହୋଇ ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆଉ ନୂତନ ଭାବେ ଛୁଆ ଆଣିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି l କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ଲଡୁ କିଶୋର ସେନାପତି, ଉପସଭାପତି ଧିରେନ୍ଦ୍ର ବାରିକ, ସମ୍ପାଦକ ରମାକାନ୍ତ ସ୍ବାଇଁ, ସହ ସମ୍ପାଦକ ବିଦେଶୀ ରାଉତ, ବ୍ଳକ ସଂଯଯୋକ ଭାବେ ସଞ୍ଜୟ କୁମାର ବିଷୋୟୀ, ଜନ୍ମେଜୟ ସାହୁ, ସଞ୍ଜିତ ଦାସ ଓ କୋଷାଧ୍ୟକ୍ଷ ଭାବେ ଯୁଗୁନା ସ୍ବାଇଁ ମନୋନୀତ ହୋଇଥିଲେ l ବୈଠକରେ ଅରୁଣ କୁମାର ରଥ,ସୁନୀଲ କୁମାର ପାଣିଗ୍ରାହୀ, ମନୋଜ କୁମାର ସ୍ବାଇଁ, ଦୁର୍ଗା ପ୍ରସାଦ ଭୂୟାଁ, ମଙ୍ଗୁଳୁ ଗୌଡ, ପ୍ରତାପ ଜେନା, ସୁରେନ୍ଦ୍ର ଗୌଡ, ସୁଶାନ୍ତ ନାୟକ, ଲାଲବାହାଦୁର ନାୟକ, କିଶୋର ଆଲଟିଆଙ୍କ ସମେତ ବ୍ଲକର ୬୨ ଜଣ ଫାର୍ମର ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.