ଅଜଣା ବ୍ୟକ୍ତିର ଗୁଳିରେ ଯୁବକ ଆହତ : ଅଞ୍ଚଳରେ କକୁଆ ଭୟ

ସନ୍ଦେହ ରେ ନକ୍ସଲ…!

add-all


ଉମରକୋଟ : ରାଇଘର ଥାନା ଅଞ୍ଚଳ ରେ ଫୁଟିଛି ଗୁଳି ଯାହାକୁ ନେଇ ସମଗ୍ର ଅଞ୍ଚଳ ରେ କକୁଆ ଭୟ ଖେଳି ଯାଇଛି l ସୂଚନା ଥାଉକି ଆଜି ପ୍ରାୟ ସନ୍ଧ୍ୟା ୬ ଟା ସମୟ ରେ ଜଣେ ବ୍ୟକ୍ତିଙ୍କୁ କିଏ ଜଣେ ଦୂବୃତ୍ତ ମୁଣ୍ଡରେ ଗୁଳିମାରି ଆକ୍ରମଣ କରିଛି ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲା ରାଇଘର ଥାନା ଅଧିନସ୍ତ ରେଙ୍ଗାଭାଟି ଓ ସୋନପୁର ଡିଏନକେ ମଝିରେ ଥିବା ନୀଳଗିରି ଜମି ଓ ଜଙ୍ଗଳ ଥିବା ରାସ୍ତା ମଝିରେ ଛତିଶଗଡ ଭୁତବେଡ଼ା ରେ ରହୁଥିବା ହିଙ୍ଗା ମାରକାମଙ୍କୁ ମୁଣ୍ଡରେ ଗୁଳି

ବାଜିଛି , ଏହି ଗୁଳି କିଏ ବା କାହିଁକି କଲା ତାର କାରଣ ଅସ୍ପଷ୍ଟ ଗୁଳି ଶବ୍ଦ ଶୁଣି ପାଖ ଗାଁ ର କିଛି ଲୋକଙ୍କ ସାହାଯ୍ୟରେ ତାଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଛି କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତରୁ ଥିବାରୁ ଉମରକୋଟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି , ସୂଚନା ମୁତାବକ ତାଙ୍କର ଅବସ୍ଥା ସଙ୍କଟା ପୂର୍ଣ୍ଣ ଥିବା ଯୋଗୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ନିଆଯିବ ବୋଲି ସୂଚନା ମିଳିଛି l ପୋଲିସ ଘଟଣା କୁ ଅତି ଗୁରୁତର ସହିତ ନେଇ ଛାନ ଭିନ ଆରମ୍ଭ କରିଛି, ସମଗ୍ର ଅଞ୍ଚଳ କୁ ପୋଲିସ ନାକା ବନ୍ଦ କରିଛି ସୂଚନା ଥାଉକି ଅଳ୍ପ କିଛି ଦିନ ତଳେ ରାଇଘର ଅଂଚଳରେ ମାଓ ପୋଷ୍ଟର ମରା ଯାଇଥିଲା, ଅଞ୍ଚଳଟି ମାଓ ପ୍ରବଣ ହୋଇଥିବା ଯୋଗୁ ପୋଲିସ ଇନଫର୍ମର ସନ୍ଦେହ ରେ ଏହି ଗୁଳି କାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ଉଙ୍କି ମାରୁଛି l ପୋଲିସ ପ୍ରତ୍ୟେକ ଦିଗକୁ ଦୃଷ୍ଟି ରେରଖି ଛାନ ଭିନ କରୁଥିବା ସୂଚନା ମିଳିଛି

ad-week
Leave A Reply

Your email address will not be published.