ଆଜି ଠାରୁ ଛତ୍ରପୁର ନୂତନ ବସ୍ ଷ୍ଟାଣ୍ଡରେ ବସ୍ ଗଡିବ : ଜିଲ୍ଲାପାଳ..

add-all


ଛତ୍ରପୁର : ଛତ୍ରପୁର ସ୍ଥିତ ବସ୍ ଷ୍ଟାଣ୍ଡ ନିର୍ମାଣ ହୋଇ ଅନେକ ଦିନ ହେଲା କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ଏହାର ଶୁଭ ଉଦ୍ଘାଟନ ପରେ ବସ୍ ଗୁଡିକ ବସ୍ ଷ୍ଟାଣ୍ଡକୁ ଆସି ଥିଲା । ଜନ ସାଧାରଣ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନେଇ ଅନେକ ବାର ଦାବୀ କରି ଆସୁଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ପବିତ୍ର ବିଶ୍ବକର୍ମା ଦିବସ ରେ ଏହାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା କାନ୍ତ ନାୟକ, ଆଞ୍ଚଳିକତ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଗଞ୍ଜାମ ଘରୋଇ ବସ୍ ମାଲିକ ସଂଘ

ସଭାପଡି ସନ୍ତୋଷ କୁମାର ପତି, ବସ୍ ମାଲିକଗଣ, ସମସ୍ତ କାଉନସିଲର, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ସ୍ଥାନୀୟ ଜନ ସାଧାରଣ ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଠାରୁ ସମସ୍ତ ବସ୍ ଗୁଡିକ ଏହି ନୂତନ ବସ୍ ଷ୍ଟାଣ୍ଡକୁ ଚଳାଚଳ କରିବ ଏବଂ ପର୍ଯ୍ୟାୟ କ୍ରମେ ଦୂର ଅଞ୍ଚଳକୁ ଗସ୍ତ କରୁଥିବା ବସ୍ ଗୁଡିକ ମଧ୍ୟ ଏହି ବସ୍ ଷ୍ଟାଣ୍ଡକୁ ଆସିବ ବୋଲି ଗଞ୍ଜାମ ଘରୋଇ ବସ୍ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି ଅବଗତ କରାଇ ଥିଲେ । ଛତ୍ରପୁର ସହରରେ ପୂର୍ବରୁ ଥିବା ବସ୍ ଷ୍ଟାଣ୍ଡର ଯାତ୍ରୀ ମାନଙ୍କର ଅନେକ ଅସୁବିଧା ହେଉଥିଲା । ବର୍ତ୍ତମାନ ଯାତ୍ରୀ ମାନଙ୍କ ସକାଶେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାହୁ ଅବଗତ କରାଇଥିଲେ ।

ad-week
Leave A Reply

Your email address will not be published.