ବିଧାୟକଙ୍କ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତ

add-all


ଦାରିଙ୍ଗବାଡ଼ି, (୧୭/୯) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତରେ ଆସି, ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ସ୍ମାର୍ଟ ସ୍କୁଲ) ରେ ପହଞ୍ଚି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଛନ୍ତି। ବିଧାୟକଙ୍କ ସହିତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ସମେତ ବ୍ରାହ୍ମଣୀଗାଁ ଅଞ୍ଚଳର ଦଳୀୟ କର୍ମୀ ସମୂହ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ସ୍ମାର୍ଟ ଉଚ୍ଚ ବିଦ୍ୟାଳର ଆବଶ୍ୟକତା ଓ ଅଭାବ ସମ୍ପର୍କରେ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂହଙ୍କୁ ପଚାରି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପରିଦର୍ଶନରେ ଯାଇ ଛାତ୍ରୀ ନିବାସ ଠାରୁ ସ୍କୁଲଯାଏ କଂକ୍ରିଟ ରାସ୍ତା ଅତିଶୀଘ୍ର କରିବାକୁ ଠିକାଦାରଙ୍କୁ ନିର୍ଦେଶ କରିଥିଲେ। ଏହି ସମୟରେ ବରିଷ୍ଠ ଦଳୀୟ କର୍ମୀ ତଥା ହାତିମୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ମଲିକ, ୫ବର୍ଷ ଧରି ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିଦ୍ୟାଳୟରେ ଶିକ୍ଷା ଦାନ କରୁ ନଥିବା ଅଭିଯୋଗ କରିଥିଲେ। ଖବର ନେବାରୁ ଜଣା ପଡିଲାଯେ, ବ୍ରାହ୍ମଣୀଗାଁ ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଦୀର୍ଘ ବର୍ଷ ହେବ ଡେପୁଟେସନରେ ଗଞ୍ଜାମ ଜିଲାର ଅନ୍ୟ ଏକ ସ୍କୁଲରେ ଶିକ୍ଷା ଦାନ କରୁଥିବା ଜଣାପଡ଼ିଛି। ଏହା ଜାଣି ପାରି ବିଧାୟକ ଆଶ୍ଚର୍ଯ୍ୟ ହୋଇ ଅତି ଶୀଘ୍ର ଏହାର ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଏହା ପରେ ବିଧାୟକ ଓ ସମିତି ଅଧ୍ୟକ୍ଷ ଝିଞ୍ଜିରିଗୁଡା ସ୍ମାର୍ଟ ଉଚ୍ଚ ବିଦ୍ୟାଳରେ ପହଁଚି ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଯୋଗ ଦେଇ ହାତିମୁଣ୍ଡା ଗ୍ରାମ ପଂଚାୟତ ଗସ୍ତରେ ବହାରିଯାଇ ତାମାଙ୍ଗି ଗ୍ରାମ ସ୍ଥିତ ଋଷିମାଳ ପାହାଡ ଚଢି ତୀର୍ଥସ୍ଥଳୀରେ ପହଞ୍ଚି ବାବା ମାନଙ୍କୁ ସାକ୍ଷାତ କରିଥିଲେ। ଏହା ସହିତ ଅଞ୍ଚଳ ବାସୀଙ୍କ ସହିତ ଋଷିମାଳ ତ୍ରିର୍ଥ ସ୍ଥଳୀର ଉନ୍ନୟନ ସହିତ, ରାସ୍ତାଘାଟ, ବିଜୁ ପକ୍କାଘର, ନେଟୱାର୍କ ସମ୍ପର୍କରେ ଆଲୋଚନା କରି ଦାରିଙ୍ଗ ବାଡ଼ି ଫେରି ଯାଇଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମରେ ବାବୁନି ପଣ୍ଡାଙ୍କ ସହିତ ଅଂଚଳର ଦଳୀୟ କର୍ମୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.