ବ୍ଲକସ୍ତରୀୟ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

add-all

ଉମରକୋଟ (୧୭/୦୯) : ଆଜି ଉମରକୋଟ ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କରାଯାଇଅଛି |
ସୂଚନା ପ୍ରକାରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପଞ୍ଚାୟତ ସମିତିର ଅଧୀନରେ ଥିବା ସମସ୍ତ ପୌରପରିଷଦ, ଏବଂ ପଞ୍ଚାୟତର ଅଙ୍ଗନବାଡି, ଆଶାକର୍ମୀ ଓ ଏ ଏନ ଏମ ଦ୍ୱାରା ଭିନ୍ନକ୍ଷମ ବା ବିକଳାଙ୍ଗ ମାନଙ୍କୁ ଡକାଇ ଏକାଠି ଜମା କରିଥିଲେ | ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ କୁମାର ପଣ୍ଡା ଏବଂ ପୂଜାରୀଗୁଡା ର ଡାକ୍ତର ପହଂଚି ବିକଳାଙ୍ଗ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ସାର୍ଟିଫିକେଟ ଦେଇଥିଲେ | ଅନୁମାନିକ ପ୍ରାୟ 100 ବିକଳାଙ୍ଗ ଉପରେ ସାର୍ଟିଫିକେଟ ବିଭିନ୍ନ ଗ୍ରାମର ଆସୁଥିବା ବିକଳାଙ୍ଗ ମାନେ ପାଇଛନ୍ତି | ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦାନକରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ,ଏବଂ ଉମରକୋଟ BDO ସିମାଞ୍ଚଳ ମାଝୀଙ୍କୁ କହିଥିଲେ ସମସ୍ତେ ଯେ ପରି ଏହାର ସୁବିଧା ପାଇପାରିବେ ତାହାର ସୁ ବ୍ୟାବସ୍ଥା କରିବେ,ଜିଲ୍ଲା ADMO ଡା ସୁଶାନ୍ତ କୁମାର ଶତପଥୀ ପହଂଚି ତଦାରଖ କରିଥିଲେ,ପହଁଚିଥିବା ସମସ୍ତଙ୍କ ପାଈଁ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା କରାଯାଇ ଥିଲା ଉପସ୍ଥିତ ଅଭିଭାବକ ମାନଙ୍କ ଭିତରେ ଖୁସିର ବାତାବରଣ ଦେଖାଯାଇଥିଲା |

ad-week
Leave A Reply

Your email address will not be published.