
ବାରିପଦା ୧୭/୦୯ : ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀରେ ଥିବା ରାଜାବସା ପଡ଼ିଆରେ ଅଘଟଣ। ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରାଘାତ କାରଣରୁ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।