
ମାଲକାନଗିରି (୧୭।୯) : ମାଲକାନଗିରି ଜିଲ୍ଲାରେ ସଫଳ ହେବାରେ ଲାଗିଛି ସରକାରଙ୍କ ମାଓ ମୁକ୍ତ ଅଭିଯାନ, ମାଓ ଦମନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଣ୍ଟି ନକ୍ସଲ ଅପରେସନ ଯୋଗୁଁ ମାଓ ଗଡ ଭୁଶୁଡିବା ସହ ସହ ସହ ମାଓ ସମର୍ଥକ ଓ ମାଓବାଦୀ ବର୍ତ୍ତମାନ ପୋଲିସ ନିକଟରେ କରୁଛନ୍ତି ଆତ୍ମ ସମର୍ପଣ । ସମ୍ପୂର୍ଣ୍ଣ ରୂପେ ଭୁଶୁଡିବାରେ ଲାଗିଛି ଲାଲ ଗଡ । ମାଲକାନଗିରି ଜିଲ୍ଲା ପୋଲିସ ଓ ବିଏସଏଫ ପକ୍ଷରୁ ମିଳିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଜିଲ୍ଲାରେ କମିବାରେ ଲାଗିଛି ମାଓ ଭୟ । ଏବେ ଏଠାକାର ଲୋକେ ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି । ସୁରକ୍ଷା ବହିନୀଙ୍କ କୁମିଙ୍ଗ ଯୋଗୁଁ ମାଓ ସମର୍ଥକ ମାନେ ମାଓ ସମର୍ଥନ ଛାଡି ଆତ୍ମସମର୍ପଣ କରିବାକୁ ଆରମ୍ଭ କରିଥିବା ବେଳେ ଘର ବାହୁଡା ଯୋଜନା ଦ୍ଵାରା ଆଜି ପୁଣି ଆତ୍ମ ସମର୍ପଣ କରିଛନ୍ତି ୭୦୦ ମାଓ ସମର୍ଥକ, ଯେଉଁଥିରେ ୩୦୦ ଜଣ ମିଲିସିଆ ମାଓବାଦୀ ମଧ୍ୟ ସାମିଲ ଅଛନ୍ତି । ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଧିନରେ ଥିବା ବଣ୍ଡାଘାଟିର ଅଣ୍ଡ୍ରାହାଲ ଗ୍ରାମରେ ଏହି ଆତ୍ମ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୋଲିସ ଡିଆଇଜି ରାଜେସ ପଣ୍ଡିତ, ବିଏସଏଫ ଡିଆଇଜି ଶ୍ରୀ ମଦନ, ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ସମେତ ଅନ୍ୟ ବରିଷ୍ଟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏକଦା ଯେଉଁ ବଣ୍ଡା ଘାଟିରେ ମାଓବାଦୀଙ୍କ ଶାସନ ସହ ନାଲି ଆଖିର ଡର ରହୁଥିଲା ସେହି ଅଞ୍ଚଳରେ ବର୍ତ୍ତମାନ ପୋଲିସ, ବିଏସଏଫ ଓ ଜିଲ୍ଲା ପ୍ରଶାସନର ପ୍ରୟାସ ଯୋଗୁଁ ମାଓ ଭୟ କମିବା ସହ ଲୋକେ ଧୀରେ ଧୀରେ ମାଓବାଦ କୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରୟାସରେ ବିକାଶ ଆସିବା ପରେ ମାଓ ଗଡ ସମ୍ପୂର୍ଣ ରୂପେ ଭୁଶୁଡିବାକୁ ଲାଗିଛି । ଯବାନଙ୍କ ଘନ ଘନ କୁମିଙ୍ଗ ଯୋଗୁଁ ଅନେକ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି ଆଉ ଅନେକ କେହି ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଛନ୍ତି। ତେବେ ଲୋକେ ବର୍ତ୍ତମାନ ସମ୍ପୂର୍ଣ ରୂପେ ମାଓବାଦକୁ ବିରୋଧ କରିବା ସହ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସରକାରଙ୍କୁ ସମର୍ଥନ ଜଣାଇ ଆଜି ପୁଣି ୭୦୦ରୁ ଉର୍ଦ୍ଧ ମାଓ ସମର୍ଥକ ଓ ମିଲିସିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଏହି ଆତ୍ମ ସମର୍ପଣ କରିଥିବା ମାଓ ମିଲିସିଆ ମାନଙ୍କ ମଧ୍ୟରୁ ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟ ରଙ୍ଗବେଲ ପଞ୍ଚାୟତ ଅନ୍ତର୍ଗତ ପଡାଲପୁଟ ଓ କୁସୁମପୁଟର ୧୩ ଜଣ ହୋଇଥିବା ବେଳେ ଅନ୍ୟ ମାନେ ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ପଞ୍ଚାୟତ ଅନ୍ତଗତ ଖାଲଗୁଡ଼ା, ପାତ୍ରପୁଟ, ଭେଜାଗୁଡା, ବିଶୋଇଗୁଡା ଆଦି ଗ୍ରାମର ବୋଲି ଜଣା ପଡିଛି । ତେବେ ଏହି ମାଓ ମିଲିସିଆ ମାନେ ଆତ୍ମ ସମର୍ପଣ କରିବା ସହ ମାଓ ଗଡକୁ ବିରୋଧ କରି ମାଓବାଦୀଙ୍କ କୁସ ପୁତ୍ତଳିକା ମଧ୍ୟ ଦାହ କରିଥିଲେ ଓ ମାଓବାଦୀ ମୁର୍ଦାବାଦର ନାରା ମଧ୍ୟ ଦେଇଥିଲେ । ତେବେ ଆତ୍ମ ସମର୍ପଣ କରିଥିବା ମାଓ ମିଲିସିଆ ମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରକାଶ କରିବା ସହ ନିଜ ଅଞ୍ଚଳର ବିକାଶ ପାଇଁ ପୋଲିସ ଓ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଏଥି ସହ ଆସିଥିବା ପୋଲିସ ଅଧିକାରୀ ମାନେ ମଧ୍ୟ ଗ୍ରାମବାସୀଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଅନ୍ୟ ମାଓବାଦୀ ମାନେ ମଧ୍ୟ ଯଥାଶୀଘ୍ର ଆତ୍ମ ସମର୍ପଣ କରିବା ପାଇଁ ପୋଲିସ ଡିଆଇଜି ଶ୍ରୀ ପଣ୍ଡିତ ପ୍ରକାଶ କରିଛନ୍ତି । ତେବେ ସମୟ କ୍ରମେ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ ରୂପେ ମାଓ ମୁକ୍ତ ହେବ ଏବଂ ସମସ୍ତ ଅଞ୍ଚଳରେ ଲୋକେ ମାଓବାଦକୁ ବିରୋଧ କରିବେ ବୋଲି ମାଲକାନଗିରି ଏସପି ଶ୍ରୀ ୱାଧୱାନି ପ୍ରକାଶ କରିଛନ୍ତି ।