
ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗା ଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ସମସ୍ତ ଦେବୀପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଷୋଡ଼ଶ ଉପଚାରର ନିମନ୍ତେ ମନ୍ଦିର କୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି। ଦଶହରା ପର୍ଯ୍ୟନ୍ତ ମାଁ କନକ ଦୁର୍ଗା ବିଭିନ୍ନ ବେଶରେ ଦର୍ଶନ ଦେବେ ।ଷୋଡ଼ଶ ପୂଜା ଉପଲକ୍ଷେ ଦେବୀଙ୍କ ନିମନ୍ତେ ସ୍ବତନ୍ତ୍ର ପୂଜା ନିତିକାନ୍ତି ଆୟୋଜନ କରାଯାଇଛି। ଏଥି ନିମନ୍ତେ ଶନିବାର ଭୋର ୪ଟା ବେଳେ ୫ଟା ରେ ମଙ୍ଗଳ ଆଳତି ସାଡେ ୫ ଟାରେ କାଠିଆ ସେବା ଦେବୀଙ୍କ ପୂଜାର୍ଚ୍ଚନା, ଦିନ ୧୧ ବେଳେ ଦେବୀଙ୍କ ମାର୍ଜନା ପରେ ଭୋଗ ଲାଗି ହୋଇଥିଲା। ଅପରାହ୍ନ ରେ ଦେବୀଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ସଂନ୍ଧ୍ଯାରେ ଆଳତି ଓ ରାତି ୧୨ଟା ପରେ ଦେବୀଙ୍କୁ ଭୋଗ ଲାଗି ହୋଇଥିବା ସନ୍ତୋଷ ମୁନି, ଦେବେନ୍ଦ୍ର ମୁନି, ଟୁନା ମୁନି, ସିମାଞ୍ଚଳମୁନନି, ନାରାୟଣ ମୁନି,ଗୋଲକ ବିହାରୀ ମୁନୀ, ମୁନା ମୁନି, ଦିଲ୍ଲିପ ମୁନି, କହିଛନ୍ତି। ସେହିପରି ଷୋଡ଼ଶ ପର୍ବ ଉପଲକ୍ଷେ ମନ୍ଦିରରେ ସୂର୍ଯ୍ୟପୂଜା, ଅଭିଶେକ ଓ ସ୍ବାସ୍ଥ୍ୟ ପୂଜା ଆଳତି ହେବ ବୋଲି ଆଚାର୍ଯ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ଦିପ୍ତିରଞ୍ଜନ ମହାପାତ୍ର ,ଶଙ୍କର୍ଷଣ ତ୍ରିପାଠୀ କହିଛନ୍ତି। ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଯଜ୍ଞ ନିମନ୍ତେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ଷୋଡ଼ଶ ପୂଜା ଶନିବାର୧୭ ରିଖ ଠାରୁ ଆରମ୍ଭ ହୋଇ ୨/୧୦ ରବିବାର ପର୍ଯ୍ୟନ୍ତ ଉପଚାର ପୂଜା ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୁଚନା ଦେଇଛନ୍ତି।