ଜନ ଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

add-all

ଭୁବନେଶ୍ବର: ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ହୋଇଛି। ଡଗରାସାହି ଲେବୁଲ କ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ହାୱଡା ଭୁବନେଶ୍ବର ଆସୁଥିବା ବେଳେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ଲାଇଚ୍ୟୁତ ହୋଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଷଣ୍ଢକୁ ଧକ୍କାଦେବା ପରେ ଟ୍ରେନ ଲାଇନଚ୍ୟତ ହୋଇଥିବା ସୂଚନା ମିଳିଛି।

ହାଓ୍ୱଡ଼ାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ଜନ ଶତାବ୍ଦୀ ଏକ୍ସପ୍ରେସ। ଡଗରା ସାହି ଲେବୁଲକ୍ରସିଂ ନିକଟରେ ହଠାତ୍‌ ଷଣ୍ଢ ପଶିଯିବାରୁ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଭଦ୍ରକ ଷ୍ଟେସନ ନିକଟରୁ ମାତ୍ର ୨୦୦ ମିଟର ଦୂରରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବାବେଳେ ଅନ୍ୟ ସମସ୍ତ ବଗି ସୁରକ୍ଷିତ ଥିବା ଜଣାପଡିଛି। ଭଦ୍ରକ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଜନ ଶତାବ୍ଦୀ ଏକ୍ସପ୍ରେସ।

ad-week
Leave A Reply

Your email address will not be published.