ବଣ୍ଡାଘାଟିରେ ୭ ଶହ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ବିଏସଏଫ କ୍ୟାମ୍ପରେ ଆଜି ଏକ ସଭାରେ ୭ ଶହରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଆଜି ଘର ବାହୁଡା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କାର ସହ ମୁଖ୍ୟସ୍ରୋତରେ ସାମିଲ ହେଲେ କେଉଁ ଉପକାରିତା ରହିଛି ସେ ସମ୍ପର୍କରେ ବୁଝାଯାଇଥିଲା। ଏହି ସଭାରେ ଦକ୍ଷିଣ ପଶ୍ଚିମଞ୍ଚଳ ପୁଲିସ ଡିଆଇଜି ରାଜେଶ ପଣ୍ଡିତ, ବିଏସଏଫ ଡିଆଇଜି ମଦନ ଓ ପୁଲିସ ଏସପି ପ୍ରମୁଖ ଉପସ୍ଥିତ ଥୁଲେ। ଏହି ଅବସରରେ ସେମାନଙ୍କୁ ଗାମୁଛା, ଭଲିବଲ, କ୍ରିକେଟ ଉପକରଣ ଓ ମହିଳାମାନଙ୍କୁ ଶାଢ଼ୀ ଆଦି ବଣ୍ଟା ଯାଇଥିଲା। ଏହି ସଭାରେ ଖଇରପୁଟ ବ୍ଲକ ଅଧକ୍ଷ ବିଘ୍ନ କିର୍ଶନୀ ଓ ଅଣ୍ଡରାହାଲ ସରପଞ୍ଚ ଆଦି ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ବଣ୍ଡାଘାଟିର ପାହାଡ଼ ଶିଖରରେ ଏତେ ସଂଖ୍ୟକ ଲୋକ ପୁଲିସ ସହ ଏକାଠି ହୋଇଥିଲେ।

ad-week
Leave A Reply

Your email address will not be published.