ମୋଦିଜୀଙ୍କ ୭୨ ତମ ଜନ୍ମ ଦିନରେ ଫୁଲବାଣୀ ନଗର ବିଜେପିର ରକ୍ତ ଦାନ ଶିବିର ଅନୁଷ୍ଠିତ

add-all

ଫୁଲବାଣୀ (୧୮/ ୯) : କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚା ଓ ନଗର ବିଜେପି କର୍ମୀଙ୍କ ଉଦ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଜନ୍ମ ତିଥି ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି ! ଏହି ରକ୍ତ ଦାନ ଭଳି ମହାପୁଣ୍ୟ କାର୍ଯ୍ୟକୁ ଜିଲ୍ଲା ଯୁବ ମୋର୍ଚା ସଭାପତି ଗୋଲକ ବିହାରୀ କହଁର ଓ ଜଗନ୍ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ହୋଇଯାଇଛି ! ଏହି ପୁଣ୍ୟ କାର୍ଯ୍ୟକୁ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି,, ଆଇନଜୀବୀ ଭଗବାନ ମହାନ୍ତି,ବରିଷ୍ଠ ଆଇନଜୀବୀ ତଥା ପୌର ପରିଷଦର କାଉନ ସିଲର ରମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି,କାଉନ ସିଲର ବସନ୍ତ ସାହାଣୀଙ୍କ ସମେତେ ଅନେକ ବରିଷ୍ଠ ବିଜେପି କର୍ମୀଙ୍କ ଉପସ୍ଥିତରେ ରକ୍ତଦାନ କରିବାପାଇଁ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ! ଏହି ରକ୍ତ ଦାନ ମହାପୁଣ୍ୟ କାର୍ଯ୍ୟରେ ଚାଳିଶି ଜଣ ରକ୍ତ ଦାତା ରକ୍ତ ଦାନକରି ନିଜକୁଜଣେ ଜଣେ ରକ୍ତ ଦାତା ଭାବେ ଧନ୍ୟ ମନେ କରିଥିଲେ ! ଏଭଳି ମହତ କାର୍ଯ୍ୟକୁ ଯୁବ ମୋର୍ଚାର କର୍ମୀ ମୋ ତି ଲାଲ ଦିଗାଲ, ଗୋଲାକ ମଲ୍ଲିକ, ରାଇ ମୋହନ ବେହେରା ଓ ଅନ୍ୟମାନେ ମିଳିତଭାବେ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! ରକ୍ତ ଦାନ ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

ad-week
Leave A Reply

Your email address will not be published.