ଜୈବିକ କୃଷି ଶିକ୍ଷା ତାଲିମ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି (୧୮/୯) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଅନୁଭୂତି ସମ୍ପନ କୃଷକ ଭାଇ ଭଉଣୀ ମାନଙ୍କୁ ନେଇଁ, ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସଭାଗୃରେ ଜୈବିକ କୃଷି ଶିକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ କ୍ଷେତ୍ରରେ ପ୍ରାକ୍ଟିକାଲ ତାଲିମ ପ୍ରଦାନ କରାଯାଉଛି। ଅଞ୍ଚଳର ଆଠଗୋଟି ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀ ଗାଁ , ଝିଞ୍ଜିରିଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର, ତାଜୁଙ୍ଗିଆ, ହାତିମୁଣ୍ଡା, ସାରାମୁଳି ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଜୈବିକ ପଦ୍ଧତି ରେ କୃଷିଜାତ ଫସଲ ଅମଳ କରିବାର ଶିକ୍ଷା ପ୍ରଦାନ କରାଯାଉଛି। ଓଡିଶା ସରକାରଙ୍କ କୃଷି ବିଭାଗର ସହାୟତାରେ ଓଡିଶା କଞ୍ଜୁମର କୋପେରେଟିଭ ଫେଡରେସନ ଓ ଆସିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଡେଭେଲୋପମେଣ୍ଟ ଭୁବନେଶ୍ୱର ଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନୁଷ୍ଠାନର ସିଇଓ ସମୀର କୁମାର ବାରିକ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମୟାନୁ କ୍ରମେ କନ୍ଧମାଳ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିହିର କୁମାର ସାମନ୍ତରାୟ , ବାଲିଗୁଡା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଦେବ ପ୍ରସାଦ ରାଉତରାୟ ଯୋଗ ଦେଇ ଆସୁ ଅଛନ୍ତି । ଶ୍ରୀ ବାରିକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଚାଷୀମାନେ ଆତ୍ମ ନିର୍ଭରଶୀଳ ହୋଇ କିପରି ନିଜେ ଜୈବିକ ସାର ପ୍ରସ୍ତୁତ କରିପାରିବେ ସେ ନେଇ ତାଲିମ ପ୍ରଦାନ କରିଆସୁଛନ୍ତି । ବିଶେଷ କରି ଘନ ଜିବାମୃତ, ଜିବାମୃତ , ଆଗ୍ନେୟାସ୍ତ୍ର , ୱେଷ୍ଟ ଡ଼ି କମ୍ପୋଜର, ସଂଜୀବକ, ଗୋ ମୂତ୍ର ଆଦି ସାରର ପ୍ରସ୍ତୁତି କରଣ ଓ ଏହାର ପ୍ରୟୋଗ ସମ୍ପର୍କରେ ଚାଷୀ ମାନଙ୍କୁ ଶିକ୍ଷା ଦିଆ ଯାଉଛି। ଏହି ଜୈବିକ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତି ରହି ଚାଷୀ ମାନଙ୍କୁ ପରାମର୍ଶ ଦେଉ ଥିବା ଦେଖିବାକୁ ମିଳିଛି। ତାଲିମ ପାଇବା ପରଠାରୁ କୃଷକ ଭାଇ ଭଉଣୀ ମାନେ ମାନସିକ ସ୍ତରରେ ଜୈବିକ ପଦ୍ଧତିରେ ଫସଲ ଅମଳ କରିବାକୁ ମନବଳ ବଢିଥିବା ଚାଷୀ ମାରିଆନ ସିଂ, ଦାନୁଆ ଉଠାଣସିଂ ଓ ଦିବାକର ମଲିକ ପ୍ରମୁଖ ମତ ସାବ୍ୟସ୍ତ କରିଛନ୍ତି।

ad-week
Leave A Reply

Your email address will not be published.