ଲୁୁଚା ଛପାରେ ଚାଲିଥିଲା ବାଲି ଚୋରା ଚାଲାଣ; ଅଚାନକ୍‌ ଚଢ଼ାଉ ପରେ ଜେସିବି ମେସିନ ସହ ୨ ଟ୍ରାକ୍ଟର ଜବତ

add-all

ହିଞ୍ଜିଳିକାଟୁ(୧୮/୦୯) : ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦେଶକ୍ରମେ ବିଳମ୍ବିତ ରାତ୍ରିରେ ଖରିଡା ଗ୍ରାମ ନିକଟରେ ଵେଆଇନ ବାଲି ଉତ୍ତୋଳନ କରୁଥିବା ବେଳେ ଗୋଟିଏ ଜେସିବି ମେସିନ ସହ ଦୁଇ ଗୋଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରାଯାଇଛି। ଜବତ ଟ୍ରାକ୍ଟର ଗାଡିର ନମ୍ବର ଓଡି୦୭ ଏଈ ୩୦୮୩ଓ ଓଡି୦୭ବି୯୬୭୨ ଓ ଡାଲା ନମ୍ବର ଓଡି୦୭ ବି ୯୬୭୩ । ହିଞ୍ଜିଳିକାଟୁ ତହସିଲ ଅଞ୍ଚଳ ଦେଇ ଘୋଡ଼ାହାଡ଼ ନଦୀ ଓ ରିଷିକୁଲ୍ୟା ନଦୀ ପ୍ରବାହିତ ହୋଇଅଛି l ବର୍ତ୍ତମାନ ନଦୀରେ ପାଣି ଆସିଯାଇଥିବା ବେଳେ ମାଫିଆ ମାନେ ଗଛିତ କରି ରଖିଥିବା ବାଲି ଡିପୋରୁ ଦୈନନ୍ଦିନ ବାଲି ଚାଲାଣ କରୁଥିବାନେଇ ଅଭିଯୋଗ ହୋଇ ଆସୁଥିଲା। ବିଭିନ୍ନ ସମୟରେ ତହସିଲ ପକ୍ଷରୁ ଚଢାଉ କରାଯାଇ ବେଆଇନ ବାଲି ଟ୍ରାକ୍ଟର ଜବତ କରାଯାଉଥିଲେ ସୁଦ୍ଧା ମାଫିଆମାନେ ଏହାକୁ ଭ୍ରୁକ୍ଷେପ ନକରି ବେପାରକୁ ଦୈନନ୍ଦିନ ବଢାଇ ଚାଲିଛନ୍ତି।
ହିଞ୍ଜିଳି ଥାନାଅଧିକାରୀ ବାଲିଚାଲାଣ ଘଟଣାକୁ ଗମ୍ଭିରତାର ସହ ବିଚାର କରି ରାତି ସମୟରେ ମାଫିଆ ମାନେ ସକ୍ରିୟ ରହୁଥିବାରୁ ଏଭଳି ନିଶାର୍ଦ୍ଧ ଚଢାଉ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବିଳମ୍ବିତ ରାତିପ୍ରାୟ ୧ ଟାରୁ ୨ଟା ମଧ୍ୟରେ ବାଲି ଊତୋଳନ କରୁଥିବା ସମୟରେ ହିଞ୍ଜିଳି ପୋଲିସ ପେଟ୍ରୋଲିଂ ଗାଡି ଦେଖି ଜେସିବି ଓ ଟ୍ରାକ୍ଟରକୁ ପୁଲିସ କର୍ମଚାରୀ ମାନେ ଜବତ କରିଥିଲେ। ପୁଲିସର ଏଭଳି ଚଢାଉକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ମାଫିଆଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଜବତ ହୋଇଥିବା ଗାଡି ନାମରେ ୪୯୭/୨୨ ଓ ୪୯୮/୨୨ରେ ମାମଲା ଋଜୁ ହୋଇଥିବା ନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କଠାରୁ ସୂଚନା।

ad-week
Leave A Reply

Your email address will not be published.