ଚିକିଟି ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ମୃତ…

add-all


ଚିକିଟି– ଚିକିଟି ଏନ ଏ ସି ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ଟ୍ରକ ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ଦିଗପହଣ୍ଡି ରେଞ୍ଜ ନୂଆପଡା ସେକ୍ସନ ଫରେଷ୍ଟ ଗାର୍ଡ ସୁଦାମ ଦଳେଇ ବୋଲି ସୂଚନା ମିଳିଛି। ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ ଚିକିଟି ଗଡ ପାର୍ଶ୍ବରୁ ଏକ ଟ୍ରକ ଏପି୧୬ ଟି ଜେ ୪୯୦୯ ନମ୍ବର ଦିଗପହଣ୍ଡି ଯିବା ରାସ୍ତାରେ ଦୁର୍ଘଟଣା ଘଟିଛି।ଲୋକଙ୍କ କହିବା ଅନୁଯାୟୀ ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ଓଡ଼ି୦୭ କେ ୯୭୦୩ ଏବଂ ଓଡ଼ି୦୭ ଏ ଏଫ ୧୨୫୦ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧୋକା ହେବା ଫଳରେ ଜଣେ ବ୍ୟକ୍ତି ଟ୍ରକ ଚକା ତଳେ ପଡି ଯାଇଥିବା ବେଳେ ଅନ୍ୟ ଜଣକ ଛିଟିକି ପଡି ଗୁରୁତର ଅବସ୍ଥାରେ ଚିକିଟି ମେଡିକାଲକୁ ନିଆଯାଇଥିବା ବେଳେ ଟ୍ରକ ତଳେ ପଡିଥିବା ବ୍ୟକ୍ତିର ଘଟଣାସ୍ଥଳରେ ହିଁ ପ୍ରାଣ ବାୟୁ ଉଡିଯାଇଥିଲା।ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହେବା ସହ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ଶବକୁ ବ୍ୟବେଛେଦ ନିମନ୍ତେ ପଠାଇବା ସହ ଗାଡି ଗୁଡିକ ଜବତ କରିଛି।

ad-week
Leave A Reply

Your email address will not be published.