ଆଇ.ଏଫ୍‌.ଡବ୍ଲୁ.ଜେ ସମ୍ମିଳନୀରେ ଯୋଗ ଦେବାପାଇଁ ମାଲକାନଗିରି ଜିଲ୍ଲାରୁ ୧୨ଜଣ ପ୍ରତିନିଧିଙ୍କ ଗସ୍ତ

add-all

ମାଲକାନଗିରି, ୨୨।୯ : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆସନ୍ତା ୨୩ ଓ ୨୪ ଦୁଇଦିନ ଧରି ଭାରତୀୟ ପେସାଦାର ପତ୍ରକାର ମହାସଂଘ (ଆଇ.ଏଫ୍‌.ଡବ୍ଲୁ.ଜେ)ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛିା ଏହି ସମ୍ମିଳନୀରେ ଓଡିଶାରୁ ଉତ୍କଳ ସାମ୍ବାଦିକ ସଂଘର ୭୦ ଜଣ ପ୍ରତିନିଧି ଯୋଗ ଦେଉଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୨ ଜଣିଆ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ହାଇଦ୍ରାବାଦ ଗସ୍ତ କରିଛନ୍ତିା ଏହି ସମ୍ମିଳନୀରେ ମାଜିଥିଆ ବେତନ ଆୟୋଗଙ୍କ ସୁପାରିଶ କାର୍ଯ୍ୟକାରୀ କରିବା, ଜାତୀୟ ସ୍ତରରେ ସାମ୍ବଦିକଙ୍କ ସୁରକ୍ଷା ଆଇନ ପ୍ରଣୟନ, ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ତାଲିକା ଭୁକ୍ତ ଓ ଜାତିୟ ସ୍ତରରେ ସାମ୍ବାଦିକଙ୍କ ପାଇଁ ଅବସରକାଳୀନ ଭତ୍ତା ପ୍ରଦାନ ଇତ୍ୟାଦି ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି ।

ad-week
Leave A Reply

Your email address will not be published.