ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ତିଲୋରୀ ଠାରେ “ପରିବର୍ତ୍ତନ” କାର୍ଯ୍ୟକ୍ରମ ଶୁଭାରମ୍ଭ…

add-all

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”ର ଶୁଭାରମ୍ଭ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ପ୍ରଶାସନ ତରଫରୁ ତିଲୋରୀ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶାନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର , ତହସିଲଦାର ଡ଼ଃ ଅଶୋକ କୁମାର ଦାଶ, ୧୦ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବୁଡ଼ାଗୁଡ଼ା ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ, ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ , ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ଉପସ୍ଥିତ ଥିଲେ।ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକ ପିଣ୍ଟୁ ନାୟକ କାର୍ଯକ୍ରମ ଟିକୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବାସ୍ଥ୍ୟ ବିଭାଗର କର୍ମୀ, ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି କ୍ୟାଡ଼ର ମାନେ ସହଯୋଗ କରି କାର୍ଯକ୍ରମକୁ ଆଗେଇ ନେଇଥିଲେ। ସମସ୍ତ ଅତିଥି ଓ ବିଭାଗୀୟ ଅଧିକାରୀ ମାନେ ନିଜନିଜ କାର୍ଯକ୍ରମ ବିଷୟରେ ସ୍ଵଂୟସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ସଚେତନ କରାଇଥିଲେ ଓ ଗୋଟିଏ ପାଦ ଆଗକୁ ଯାଇ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣ ଉପରେ କିପରି ପରିବର୍ତ୍ତନ ହେବ ବୁଝାଇଥିଲେ।

ad-week
Leave A Reply

Your email address will not be published.