ଛତ୍ରପୁର କଳାବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ…

add-all

ଛତ୍ରପୁର : ଓଡ଼ିଶାର ଅନ୍ୟତମ ଖ୍ୟାତାନାମା ଅନୁଷ୍ଠାନ ଛତ୍ରପୁର କଳାବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ଇତିମଧ୍ୟରେ ବିୟୋଗ ହୋଇଯାଇଛି । ଦୀର୍ଘଦିନଧରି ସେ ଶାରୀରିକ ପୀଡ଼ିତ ଥିଲେ । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।


ସେ ନିୟୋଜିତ ଥିବା ଛତ୍ରପୁରର କଳାବିକାଶ କେନ୍ଦ୍ର ରେ ତାହାଙ୍କ ବିୟୋଗରେ ଏକ ଶୋକସଭା ର ଆୟୋଜନ କରାଯାଇଥିଲା । ଉକ୍ତ ଶୋକସଭାରେ ଅନୁଷ୍ଠାନର ବହୁ ବିଶିଷ୍ଟ ବ୍ୟକ୍ତି ତାହାଙ୍କ କୃତ୍ତିତ୍ୱ କୁ ନେଇ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିସହ ଉକ୍ତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ନିଷ୍ପାଦକ ଉମେଶ ଚନ୍ଦ୍ର ବେହେରା,ବରିଷ୍ଠ ସଙ୍ଗୀତ ଶିକ୍ଷକ ଶ୍ରୀ ଗଣେଶ ପଟ୍ଟନାୟକ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ସଭାରେ ବରିଷ୍ଠ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ ଦୀପ ପ୍ରଜ୍ବଳନ କରିଥିବା ବେଳେ ସମସ୍ତେ ତାଙ୍କରି ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ କଳାକାରଙ୍କ କୃତ୍ତିତ୍ୱ କୁ ବ୍ୟାଖ୍ୟା କରି ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଜଣେ ବାସ୍ତବରେ ସାମାଜିକ କର୍ମୀ ହିସାବରେ ପୂର୍ଣ୍ଣଚନ୍ଦ୍ର ସେଠୀ ନିଜ କଳାକୃତୀର ଗାରିମା ପ୍ରଦର୍ଶନ କରି ବିଭିନ୍ନ ରଙ୍ଗର ଚିତ୍ରଆଙ୍କି ନିଜଜୀବନ କୁ ସାଉଁଟି ନେଇଥିଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ମାନପତ୍ର ସହ ସେ ସମ୍ମାନୀତ ହୋଇଛନ୍ତି । ତାଙ୍କର ଅବଦାନ ପ୍ରଶଂସା ଅତୁଳନୀୟ ବୋଲି ସମସ୍ତେ ବର୍ଣ୍ଣନା କରିଥିଲେ ।

ad-week
Leave A Reply

Your email address will not be published.