
ଦାରିଙ୍ଗବାଡି (୨୩/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ ଏବେ କୋଭିଡ ଟୀକାକରଣ କାର୍ଯ୍ୟ ଚାଲିଛି ହେଲେ ଏକାଧିକ ହିତାଧିକାରୀ ଟୀକା ନେଇନଥିବା ବେଳେ ସେମାନେ ଟୀକା କରଣ କରିଥିବା ନେଇ ପଞ୍ଜିକୃତ ମୋବାଇଲକୁ ମେସେଜ ଆସିବା ସହ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ ହେଉଛି | ଜଣେ ବ୍ୟକ୍ତି ଟିକା କେନ୍ଦ୍ରକୁ ନଯାଇ କିଭଳି ଟୀକାକରଣ ହୋଇଥିବା ସାର୍ଟିଫିକେଟ ଆସୁଛି ତାହା ତଦନ୍ତ କରାଯିବ ଆବଶ୍ୟକ ବୋଲି ବୁଦ୍ଧିଜୀବି ମହାଲରେ ଦାବି ହେଉଛି |ପ୍ରକାଶଯେ ମଙ୍ଗଳବାର ଉକ୍ତ ବ୍ଲକ ସିମନବାଡି ଗ୍ରାମର ବୈଜୟନ୍ତୀମାଳା ସାହୁଙ୍କ ମୋବାଇଲ କୁ ଟୀକା କରଣ ସଫଳତାର ସହ କରାଯାଇଥିବା ମେସେଜ ଆସିଥିବା ବେଳେ ସେହି ସମାନ ପଞ୍ଜିକୃତ ମୋବାଇଲ କୁ ତାଙ୍କ ସ୍ୱାମୀ ଅରୁଣ ସାହୁଙ୍କୁ ମଧ୍ୟ ଟୀକାକାରଣ କରଯାଇଥିବା ମେସେଜ ପହଞ୍ଚିଥିଲା ସେହିପରି ସେହିଗ୍ରାମର ମହେଶ କୁମାର ସାହୁଙ୍କ ପଞ୍ଜିକୃତ ମୋବାଇଲକୁ ସେ ଟୀକା ନେଇଥିବା ମେସେଜ ପହଞ୍ଚିଛି |ସ୍ୱାସ୍ଥ୍ୟ ବିଭାଗ ର ଏଭଳି କାର୍ଯ୍ୟକୁ ଅଞ୍ଚଳ ବାସି ନିନ୍ଦା କରିବା ସହ ଯେଉଁ ମାନେ ଏହି ଟୀକା ନନେଇ ଏଭଳି ମେସେଜ ଆସିଛି ସେମାନେ ଏବେ କିଭଳି ସରକାରଙ୍କ ଟୀକା ନେବେ ସେନେଇ ଚିନ୍ତା ବଢିଛି | ଏହାର ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି |ଏନେଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ କୌଣସି ପ୍ରକାରେ ତ୍ରୁଟି ହୋଇଥିବ ଯାଞ୍ଚ କରାଯିବ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଯିବ ବୋଲି କହିଛନ୍ତି |