କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ପୁଣି ବିରୋଧ

Independence

କରଞ୍ଜିଆ: କୁଡୁମୀ ସମ୍ପ୍ରଦାୟଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଅଡୁଆ । ବିକ୍ଷୋଭ ସହ ପୁଣି କୁଶପୁତ୍ତଳିକା ଦାହ କରିଛନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ  । ଏହିଭଳି ପରିସ୍ଥିତି ଉପଜିଛି ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକରେ । ଏଇ ନେଇ ଯଶିପୁର ଠାରେ ପ୍ରଦିବାଦ ଦେଖିବାକୁ ମିଳିଛି। କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ମହିଳା ଯଶିପୁର କୁଡୁମୀ ସାଂସ୍କୃତିକ ଭବନ ଠାରୁ ଏକ ପଥ ପ୍ରାନ୍ତ ସଭାରେ ବାହାରି କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇ ଯଶିପୁରର ବାଦାମପାହାଡ଼ ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଆଗାମୀ ଦୁଇଦିନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଭୁଲ ମାଗନ୍ତୁ ନହେଲେ ଆନ୍ଦୋଳନ ଜୋରଦାର କରିବାକୁ କୁଡୁମୀ ସେନା ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଏହି ଘଟଣାରେ  କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳିପାରି ନାହଁ ।

ad-week
Leave A Reply

Your email address will not be published.