କନ୍ଧମାଳ ପ୍ରୋଗ୍ରାମ ଅଫିସରଙ୍କୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଟିକାବାଲି ଏମ ସି ଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବନମାଳୀ ବେହେରା କନ୍ଧମାଳରୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଦିବସରେ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି ଦାଶଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି l ମୁଖ୍ୟ ଅତିଥି ଭାବରେ ସମାଜସେବୀ ଜଗଦାନନ୍ଦ ଯୋଗ ଦେଇଥିବା ବେଳେ ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ବେହେରାଙ୍କ କାର୍ଯ୍ୟ ଓ ସାଂଗଠନିକ ଦକ୍ଷତାକୁ ପ୍ରସଂଶା କରିଥିଲେ l ଶ୍ରୀଯୁକ୍ତ ବେହେରା, ପୋଷ୍ୟ ଗ୍ରାମ, ତେନ୍ତୁଲିଗଡ, ଡୁଙ୍ଗୀ, ବେହେରା ଗାଁ, ଆରାବାକା ରେ ନିଶା ନିବାରଣ, ଶିକ୍ଷା ସ୍ୱାସ୍ଥ୍ୟ, ପରିମଳକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ l କଲେଜର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସମ୍ବର୍ଦ୍ଧିତ ହୋଇଥିବାରୁ କଲେଜ ରେ ମଧ୍ଯ ତାଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଆୱାର୍ଡ ପାଇବା ପରେ କଲେଜର ଅଧ୍ୟକ୍ଷ ଜିଲ୍ଲା ଯୋଜନା ଅଧିକାରୀ ଜାତୀୟ ସେବା ଯୋଜନାର ଡଃ ନଳିନୀ କୁମାର ପାଣିଗ୍ରାହୀ ବ୍ରହ୍ମପୁରର କୋଡ଼ିନେଟର ପ୍ରଫେସର ଜୟନ୍ତ କୁମାର ପଣ୍ଡାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି l

ad-week
Leave A Reply

Your email address will not be published.