ରାଷ୍ଟ୍ରପତିଙ୍କ ଦ୍ଵାରା ଚିକିଟି ଏନଏସିକୁ ମିଳିବ ସ୍ୱଚ୍ଛ ସର୍ବେକ୍ଷଣ-୨୨ ପୁରସ୍କାର

add-all

ଚିକିଟି- ଗଞ୍ଜାମ ଜିଲ୍ଲା ଚିକିଟି ଏନ ଏ ସି କୁ ଭାରତ ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୨ ର ରାଷ୍ଟ୍ରପତି ପୁରଷ୍କାର ପାଇଁ ମନୋନୀତ କରାଯାଇଛି। ଏହି ସୂଚନା ମିଳିବା ପରେ ଚିକିଟି ନିର୍ବାଚନୀ ମଣ୍ଡଳୀରେ ଆନନ୍ଦର ଲହରୀ ଖେଳିଯାଇଛି ଓ ତାହା ସାଙ୍ଗକୁ ଏନ ଏ ସୀ ଅଧିକାରୀ କର୍ମଚାରୀଙ୍କ ସମେତ ସ୍ୱଚ୍ଛତା ପ୍ରହରୀ ଝାଡୁଦାର ସମେତ ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି।ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଚିକିଟି ଓ ବେଲଗୁଣ୍ଠା ଏନ ଏ ସି ରହିଛି।ରାଷ୍ଟ୍ରପତି ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ଚିକିଟି ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, କାର୍ଯ୍ୟନିବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଏବଂ ସାନିଟେସନ ଏକ୍ସପୋର୍ଟ ବାଳକୃଷ୍ଣ ନାୟକଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଦିଲ୍ଲୀ ଗସ୍ତରେ ଯିବେ।ଆସନ୍ତା ଅକ୍ଟୋବର ପହିଲାରେ ଦିଲ୍ଲୀର ତରକାତୋରା ଷ୍ଟାଡିୟମରେ ଏହି ପୁରଷ୍କାର ପ୍ରଦାନ କରାଯିବ।ଏହି ସଫଳତାକୁ ଚିକିଟି ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ଏନ ଏ ସିର ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଏନ ଏ ସିରେ ହେଉଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମରେ ସାମୁହିକ ସହଯୋଗ କାମନା କରିଛନ୍ତି।

ad-week
Leave A Reply

Your email address will not be published.