ଟ୍ରଲର ଧକ୍କାରେ ସାଇକେଲ ଆରୋହୀ ମୃତ

youtube

ଛତ୍ରପୁର : ଛତ୍ରପୁର ଗ୍ରୀଡ ଛକ ନିକଟ ଜାତୀୟ ରାଜପଥରେ ଏକ ଏନ ଏଲ 01 ଏ ଏ 9899 ନମ୍ବର ବିଶିଷ୍ଠ ଟ୍ରଲର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସୁରେନ୍ଦ୍ର ସେଠି (58)। ଛତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଜବତ କରି ତଦନ୍ତ ଚଳାଇଛି । ଏନେଇ ଛତ୍ରପୁର ଥାନାରେ 581/22 ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି l ସୂଚନା ଅନୁସାରେ ଆଜି ସକାଳ ସମୟରେ ସାଇକେଲ ଆରୋହୀ ଜଣକ ଜାତୀୟ ରାଜପଥ ପାର ହେଉଥିବା ସମୟରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.