
ଦାରିଙ୍ଗବାଡ଼ି, (୨୯/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାଜୁଙ୍ଗିଆ ପଂଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ମଦ ପାଇଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢିବଢି ଚାଲିଛି। ଏହାକୁ ଦମନ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ଉଭୟ କିନ୍ନର ସମାଜ, ହ୍ୟୁମାନ ରାଇଟ ଓ ପଂଚାୟତର ମହିଳା ଦଳ। ମିଳିତ ସଂଘ ମହିଳାମାନେ ଆରମ୍ଭ କରିଛନ୍ତି ମଦ ବିରୋଧି ଅଭିଯାନ। କିଛି ଦିନ ପୂର୍ବରୁ ଭ୍ରମରବାଡ଼ି ପଞ୍ଚାୟତ ର କେରୁବାଡି , ନୂଆସାହି ଠାରେ ୨୦ ଲିଟର ଉର୍ଦ୍ଧ ମଦ ଓ ଗୋଟିଏ ବସ୍ତା ପୋଚ ନଷ୍ଟ କରିବା ସହ ମଦ ନ ରାନ୍ଧିବା ପାଇଁ କିନ୍ନର ସଂଙ୍ଘ , ହ୍ୟୁମାନ ରାଇଟ ଓ ମହିଳା ଦଳ ମିଳିତରେ ନିଷ୍ପତ୍ତି ନେଇ ଅଞ୍ଚଳ ବାସୀଙ୍କୁ ଚେତାବନୀ ଦେଇଆସୁଛନ୍ତି । ଆଜି ଖବର ପାଇ କିହ୍ନର ଦଳ , ହ୍ୟୁମାନ ରାଇଟସ୍ ର କର୍ମୀମାନେ, ମାଆ ଗ୍ରୁପ ମିଳିତରେ ମଦ ଭାଟିକୁ ଯାଇ ମଦ ଭାଟି ସମ୍ପୂର୍ଣ୍ଣ ଭାଙ୍ଗିବା ସହ ୩୦୦କେଜିର ପୋଚ ନଷ୍ଟ କରିବା ସହିତ ଆଉ ୨୦ ବସ୍ତା ମହୁଲ ଜବତ କରିଛନ୍ତି। ସଂଘର ସଦସ୍ୟଙ୍କ ସୂଚନା ପ୍ରକାରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ଚାପଧାରୀ ପ୍ରଧାନଙ୍କ ନିର୍ଦେଶକ୍ରମେ ପୋଲିସ ବାହିନୀ ଓ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମହିଳା ସଙ୍ଘ ମାଧ୍ୟମରେ ୩୦ ବସ୍ତା ମହୁଲ ଜବତ କରିଥିବା ସୁଚନା ରହିଛି । ପଚାଂତୟ ଅଞ୍ଚଳରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରି ନିଶାମୁକ୍ତ ଅଞ୍ଚଳ ଗଠନ ପାଇଁ ଆମର ଏହି ପ୍ରୟାସ ଜାରି ରଖିଛୁ ବୋଲି କହିଛନ୍ତି କିନ୍ନର ତଥା ହୁମାନରାଇଟ୍ସର ସଦସ୍ୟା ନମିତା ପରିଡ଼ା । ଆଗାମୀ ଦିନରେ ଏହି କିନ୍ନର ସମାଜ, ହ୍ୟୁମାନ ରାଇଟ ଓ ମହିଳା ସଂଙ୍ଘ ଅଂଚଳରୁ ଚୋରା ମଦ କାରବାର ବନ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ନିଷ୍ପତି ନିଆଯାଇ ଥିବା କହିଛନ୍ତି ସେ । ନମିତା ପରିଡ଼ା ଙ୍କ ନେତୃତ୍ୱରେ ଏହି ଅଭିଯାନ ଜାରି ରହି ଥିବା ବେଳେ ସ୍ୱପ୍ନା ସିଂଙ୍କ ସମେତ ହେମନି ନାୟକ, ଭବାନୀ ନାୟକ, ପରମାନନ୍ଦ ନାୟକ , ବିବିଦେବଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।