ବାଲିପଦର ଓ ବୁଗୁଡ଼ା କଲେଜରେ ଗାନ୍ଧୀ ଜୟନ୍ତୀ ପାଳିତ

add-all


ବୁଗୁଡା : ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏନଏସଏସ କାର୍ଯ୍ୟକ୍ରମ ଅଧିକାରିଣୀ ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପଦର ଫାଣ୍ଡି ଅଧିକାରୀ ସମୀର ରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ କ୍ରୀଡା ସଂସଦ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କ଼ତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ, ଅଧ୍ୟାପକ ଅମୀୟ କୁମାର ସ୍ବାଇଁ , ପ୍ରଦେଶ କୁମାର ସ୍ବାଇଁ ଓ ନାରାୟଣ ବଡୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ

ପରିଶେଷରେ ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସେହିପରି ବୁଗୁଡା ପିପୁଲ୍ସ କଲେଜରେ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବରେ ଅଧ୍ଯାପକ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କ଼ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ସଚେତନତା ମୂଳକ ସାଇକେଲ ରାଲିର ଶୁଭାରମ୍ଭ ଆଇଆଇସି ଚିତ୍ତ ରଞ୍ଜନ ବେହେରା କରିଥିଲା ବେଳେ ଏଥିରେ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘ ସହଯୋଗରେ ସ୍ବର୍ଗତ ଉମା ଚରଣ ଦାଶ ସ୍ମୃତି କମିଟି ପକ୍ଷରୁ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିଲା।

ad-week
Leave A Reply

Your email address will not be published.