ଜଙ୍ଗଲରୁ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

add-all

ରାୟଗଡ଼ା: ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ କାମାରି ଗାଁ ଗୁରୁଟୁ ମାସ୍କା ନାଳ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ସୁଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ଆସ୍କୁଲି ମାଝୀ ଡିମିରିଗୁଡ଼ା ପଞ୍ଚାୟତ ସେରୁବାରୁ ଗାଁର ହୋଇଥିବା ବେଳେ କାମାରି ଗ୍ରାମର ସୁଶାନ୍ତ ମାଝିଙ୍କୁ ୫ ବର୍ଷ ହେବ ବିବାହ କରିଥିଲେ ।

ଗତ ୨୪ ତାରିଖ ଦିନ ଠାରୁ ଆସ୍କୁଲି ଘରୁ କେଉଁ ଆଡେ ନିଖୋଜ ହୋଇ ଯିବା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ତାଙ୍କର କୌଣସି ଖବର ନମିଳିବାରୁ ଅକ୍ଟୋବର ୧ ତାରିଖ ଦିନ ପରିବାର ଲୋକେ ଅମ୍ବାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅମ୍ବାଦଳା ପୋଲିସ ଖୋଜା ଖୋଜି ଜାରି ରଖିଥିଲେ । ଆଜି କାମାରି ନିକଟ ଜଙ୍ଗଲ ମଧ୍ୟରେ ଏକ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ମହିଳା ଜଣକର ମୃତ ଗଳିତ ଶବ ଉଦ୍ଧାର କରିଛି ଅମ୍ବାଦଳା ପୋଲିସ ।

ଘଟଣା ସ୍ଥଳରେ ଅମ୍ବାଦଳା ଥାନା ଆଇଆଇସି କମଳା କାନ୍ତ ବସନ୍ତ କହଁରଙ୍କ ସହ ଏକ ପୋଲିସ୍ ଟିମ୍, ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟ୍ରେଟ ଭାବେ ମୁନିଗୁଡା ଅତିରିକ୍ତ ତହସିଲଦାର ସତ୍ୟ ନାରାୟଣ ପ୍ରଧାନ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ କଲେଜକୁ ପଠା ଯାଇଛି । ଏନେଇ ଅମ୍ବାଦଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.