ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇପିୟୁ ପ୍ରାର୍ଥୀ ଭାବେ ମନୋନୀତ

add-all

ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ (ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୭୮ ଦେଶକୁ ନେଇ ଗଠିତ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନର ୧୫ ଜଣିଆ ଟିମରେ ଗୋଟିଏ ପଦ ଖାଲି ରହିଛି। ଏଥିପାଇଁ ଭାରତ ତରଫରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଛି।

ନିର୍ବାଚନରେ ଭାଗ ନେବା ପାଇଁ ଅକ୍ଟୋବର ୯ ତାରିଖରୁ ୯ ଦିନିଆ ଆଫ୍ରିକାର ରଓ଼୍ବାଣ୍ଡା ଗସ୍ତରେ ଯିବେ ଅପରାଜିତା।  ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନର ପ୍ରାର୍ଥୀଭାବେ ମନୋନୀତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜଣାଇଛନ୍ତି  ଅପରାଜିତା।

ad-week
Leave A Reply

Your email address will not be published.