“ସେ ଦିଗବଳୟ” ଉନ୍ମୋଚିତ

add-all

ବ୍ରହ୍ମପୁର : ସ୍ଥାନିୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନି କକ୍ଷରେ ଅନୁଷ୍ଠିତ ସୁଶ୍ରୀ ସୁଚେତା ପାଣିଗ୍ରାହିଙ୍କ ରଚିତ କବିତା ପୁସ୍ତକ “ସେ ଦିଗବଳୟ” ର ଉନ୍ନୋଚନ ପର୍ବ ଅନୁଷ୍ଠିତ ହୋଇଥିଲା ା ସଭାପତି ଗୌର ଚଂଦ୍ର ଷଢଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ବିଷିଷ୍ଟ ଶିକ୍ଷାବିତ ଡକଟର ସଚିଦାନନ୍ଦ ପାଢୀ ଯୋଗଦେଇଥିବା ବେଳେ ମୁଖ୍ଯ ଅତିଥି ଭାବରେ ଡାକ୍ତର ରାଜେଦ୍ରଂ ବେହେରା ସମ୍ନାନିୟ ଅତିଥି ଭାବରେ କବି ପ୍ରଫୁଲ କୁମାର ତ୍ରିପାଠି ମୁଖ୍ଯବକ୍ତା ମିହିର ତ୍ରିପାଠି ଯୋଗ ଦେଇ ପୁସ୍ତକର ବିଭିନ୍ନ କବିତା ଉପରେ ଆଲୋଚନା କରିଥିଲେ ାଦ୍ବିତିୟ ଅଧିବେଶନ ଓଡିଶା ସାହିତ୍ଯ ଏକାଡେମିର ପୂର୍ବତନ ସଦସ୍ଯ ସୁଶାନ୍ତ ଦାଶଙ୍କ ସଭାପତିତ୍ଯରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ଖଲିକୋଟ ବିଶ୍ବବିଦ୍ଯାଳୟର କୁଳପତି ଡକଟର ପ୍ରଫୁଲ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ନାନିୟ ଅତିଥି ଭାବରେ ଇଂ ଯାମିନି କାନ୍ତ ଦାଶ,ମୁଖ୍ଯବକ୍ତା ଶିକ୍ଷାବିତ କବି କୁଳମଣି ଓଝା ଯୋଗଦେଇ ପୁସ୍ତକ “ସେ ଦିଗ ବଳୟକୁ” ଲୋକାର୍ପଣ କରିଥିଲେ ା ପୁସ୍ତକର ଲେଖକ ସୁଶ୍ରୀ ସୁଚେତା ପାଣିଗ୍ରାହି ପୁସ୍ତକ ବିଷୟରେ ସୁଚନା ଦେଇଥିଲେ ାପ୍ରକାଶିକା ସୌରେନ୍ଦ୍ରି ପାଣିଗ୍ରାହି ପୁସ୍ତକଟି ପ୍ରକାଶିତ କରିଥିବାରୁ ସମସ୍ତ ଅତିଥି ଖୁସି ଅନୁଭବ କରିଥିଲେ ା ପୁସ୍ତକଟିରେ ୪୧ ଗୋଟି କବିତା ସ୍ଥାନ ପାଇଛି ାପୁସ୍ତକଟିକୁ ସମିକ୍ଷା କରିଥିଲେ ଶ୍ରୀମତି ସୁଜତା ମହାପାତ୍ର ାଶେଷରେ କବି ବି. ସତ୍ଯମ ଆଚାରି ଧନ୍ଯବାଦ ଦେଇଥିଲେ ା

ad-week
Leave A Reply

Your email address will not be published.