ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବସଟି ଫୁଲବାଣୀରୁ ବାହାରି ତିଳକ ପଡ଼ା, କଲାଡ଼ି, ଘୋଡା ଗାଡୁ , ଭୁକ୍ତା କନାଲି, ବଡଭୁଇଁ,ଆଡାସି ପଡ଼ା, ଲାଇନ ପଡ଼ା ଦେଇ ଚକାପାଦ ଯିବାକୁ ସ୍ଥିରୀକୃତ ହୋଇଛି। ଏହି ଗ୍ରାମ ଗୁଡ଼ିକୁ ବସ ଯୋଗାଯୋଗ ନଥିବାରୁ ଗ୍ରାମବାସୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏସବୁ ଗ୍ରାମରୁ ଶହ ଶହ ଲୋକ ନିଜର ଜୀବନଜୀବିକା ପାଇଁ ଫୁଲବାଣୀ ସହର ଉପରେ ନିର୍ଭର କରନ୍ତି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ ସଭ୍ୟ ଦିଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଶତ୍ରୁଘନ ମହାନ୍ତି, ପ୍ରସନ୍ନ ପଟ୍ଟନାୟକ,ଫିଲେ ମୋହନ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଅନ୍ୟ ମାନକ ମଧ୍ୟରେ ବରିଷ୍ଠ ନାଗରିକ ରାଜକିଶୋର ବେହେରା, ପ୍ରସନ୍ନ ସାହାଣୀ, ସର୍ବେଶ୍ଵର ମିଶ୍ର ପଦ୍ମ ଚରଣ ସାହୁ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବସ ଚଳାଚଳ ଶୁଭାରମ୍ଭ ପରେ ପ୍ରତ୍ୟେକ ଗ୍ରାମରେ ଜନ ସାଧାରଣ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା ଓ ସେମାନେ ରାସ୍ତାରେ ବନ୍ଦାପନା କରିଥିଲେ। ଗତ ୨ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଫୁଲବାଣୀ ଘରୋଇ ବସ ମାଲିକ ସଂଘ ସହାୟତାର ହାତ ବଡ଼ାଇ ଥିଲା।

ad-week
Leave A Reply

Your email address will not be published.