ଗ୍ୟାସ ସିଲିଣ୍ଡର ନିଆଁ ଲାଗି ଆସବାପାତ୍ର ପୋଡିଯିବା ସହ ବହୁ ସମ୍ପତି ନଷ୍ଟ

add-all

ହିଞ୍ଜିଳିକାଟୁ (୭/୧୦) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରକୁ ଲାଗି ପାଟଣାସାହି ରେ ଘର ଭିତରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ଘରର ସମସ୍ତ ଆବାସ ପତ୍ର ଜଳିଯିବା ସହ ବହୁ ସମ୍ପତି ପୋଡି ନଷ୍ଟ ହୋଇଯାଇଛି | ହୁଦୁ ଜଳିଗଲା ଘର,ବହୁ ଆବଶ୍ୟକ ଜିନିଷପତ୍ର ନଷ୍ଟ।ସୂଚନା ମୁତାବକ ପାଟଣାସାହି ବାସୁଦେବ ଲଭଲି ଦାସ ଶୁକ୍ରବାର ଅପରାହ୍ନରେ ରାନ୍ଧଣା ସମୟରେ ଘରେ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ଗ୍ରାସ ଲିକ ରୁ ନିଆଁ ଲାଗି ଯାଇଥିଲା।ନିଆଁ ଲାଗିବା ସହ ଘରେ ଥିବା ଗ୍ୟାସ ଟାଙ୍କି ମଧ୍ୟ ନିଆଁରେ ଜଳି ଯାଇଥିଲା | ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେହେଁ ଗ୍ୟାସ ଟାଙ୍କି ଯୋଗୁଁ ଭୟରେ କେହି ପାଖକୁ ଯିବାକୁ ଭୟ କରିଥିଲେ |

ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ଗୌତମ ସାହୁ ଙ୍କୁ ଜଣାଇବା ପରେ ଯଥା ସମୟରେ ଅଗ୍ନିଶମ କର୍ମଚାରୀ ଆସିବା ଆଗରୁ ଘର ର ବହୁ ଜିନିଷ ପତ୍ର ଜଳି ଚୁରମାର ହୋଇଯାଇଥିଲା। ମାତ୍ର ୧0 ମିନିଟ ମଧ୍ୟରେ ନିଆଁଲାଗି ଘରର ସମସ୍ତ ଆସବା ପତ୍ର ସହ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଘରର ସମସ୍ତ ଆସବା ପତ୍ର ସବୁ ନଷ୍ଟ ହୋଇଯିବା ପରେ ମୁଣ୍ଡରେ ହାତ ଦେଇ ବସିପଡିଛନ୍ତି ପୀଡିତ ପରିବାର | ଉକ୍ତ ପରିବାର କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି

ad-week
Leave A Reply

Your email address will not be published.