ଛେଳି ଚୋରୀ ଅଭିଯୋଗରେ ୩ ଗିରଫ , ଦେଶୀ ବନ୍ଧୁକ ଜବତ

add-all

ବୁଗୁଡ଼ା : ତା ୦୮/୧୦/୨୨ : ବୁଗୁଡା ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିବା ଛେଳି ଚୋରି ଘଟଣାରେ ବୁଗୁଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଭିଯୁକ୍ତମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ କେପିଟି ଗ୍ରାମର ଟୁନା ନାୟକ , ଘୋଳପୁର ଗାଁର ବିକ୍ରମ ପରିଡା ଓ ଟୁନା ନାଇକ । ପ୍ରକାଶ ଯେ , ଏହି ୩ ଜଣ ଦେଶୀ ବନ୍ଧୁକ ଏବଂ କିଛି ବୋମାଧରି ବୁଗୁଡା ବନାଞ୍ଚଳରେ ବାରାହା ଶିକାର କରିବା ସହ ଛେଳି ଚାଷୀଙ୍କ କୁହାଁରରୁ ଛେଳି ଚୋରି କରି ବାହାର ଅଞ୍ଚଳକୁ ନେଇ ବିକ୍ରୟ କରୁଥିଲେ। ଏନେଇ ବୁଗୁଡା ଥାନାରେ ଅଭିଯୋଗ କରିଛନ୍ତି ଘୋଳପୁର ଗାଁର ଛେଳି ପାଳକ ଯୋଗେନ୍ଦ୍ର ଗୌଡ । ଅଭିଯୋଗକାରୀଙ୍କ ଏତଲାକୁ ଭିତ୍ତିକରି ଏସ୍ଆଇ ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ ଏସ୍ଆଇ ସ୍ନେହା ମଞ୍ଜରୀ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଚୋରି ଘଟଣାର ଅନୁସନ୍ଧାନ କରି ଏହି ତିନିଙ୍କୁ ଗିରଫ କରିବା ସହ ବିକ୍ରମଙ୍କ ବାରିପଟ ଏକ ବାଉଁଶ ବୁଦାରୁ ଦେଶୀ ବନ୍ଧୁକଟିଏ ଜବତ କରିଥିଲେ । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ୫୮୧/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

ad-week
Leave A Reply

Your email address will not be published.