ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ପୋଲିସ କବଜାରେ ୨୮ ଜୁଆଡି, ୫୬ ହଜାର ୪୦୦ ଜବତ

add-all


ହିଞ୍ଜିଳିକାଟୁ (୮।୧୦) : ଜୁଆଡିଙ୍କ ନାକେଦମ କରିଛି ହିଞ୍ଜିଳି ପୋଲିସ । ହିଞ୍ଜିଳିକାଟୁ ପୌରପରିଷଦ ବ୍ଳକ ରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଶନିବାର ସମରଝୋଳ ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ହିଞ୍ଜିଳି ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା ।
ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସମରଝୋଳ ଗାଁର ପୋଲିସ ଚଢାଉ କରିଥିଲା । ଜୁଆ ଖେଳିବା ଅଭିଯୋଗରେ ହିଞ୍ଜିଳିପୋଲିସ ୨୧଼,୬୦୦ ଜଵତ କରିବା ସହ ୬ ଜଣ ଜୁଆଡି ଙ୍କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ସେହିପରି ଶୁକ୍ରବାର ପୋଡିଙ୍ଗି ଗ୍ରାମରେ ଚାଲିଥିବା ଜୂଆ ଆଡ୍ଡା ଉପରେ ଚଢାଉ କରି ୮ ଜୁଆଡି ସହ ୨୦ ହଜାର ୧୦୦ ଟଙ୍କା ଜବତ କରିଛି। ଗୁରୁବାର ରାତିରେ ଚାନ୍ଦୁଲି ଗ୍ରାମରେ ଓ ଲକ୍ଷ୍ମୀପୁର ଗ୍ରାମ ରେ ପୃଥକ ଭାବେ ଚଢାଉ କରି ୧୪ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ୧୪ ହଜାର ୮୦୦ ଟଙ୍କା ଜବତ କରିଛି। ଦଶହରା ଓ କୁମାର ପୂର୍ଣିମା ଉତ୍ସବରେ ପରମ୍ପରା ନାମରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢାଉ ଜାରି ରଖିଥିଲେ ମଧ୍ୟ ଵିଭିନ୍ନ ସ୍ଥାନରେ ଜୁଆଡି ମାନେ ଜୁଆ ଆଡ୍ଡା ଚଳାଇଛନ୍ତି। ଆଗାମୀ ଦିନରେ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିବ ବୋଲି ହିଞିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।

ad-week
Leave A Reply

Your email address will not be published.