ଶିବ ମନ୍ଦିର ସମ୍ମୁଖରେ ଅମୃତ ସରୋବର ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ିଲା

add-all

ଦାରିଙ୍ଗବାଡ଼ି,୯/୧୦, ଦାରିଙ୍ଗବାଡ଼ି ଶିବ ମନ୍ଦିର ସମ୍ମୁଖରେ ରହିଥିବା ପୋଖରୀକୁ ଅମୃତ ସରୋବର ଯୋଜନାରେ ନିର୍ମାଣ କରି ପୁନରଉଦ୍ଧାର କରାଯାଇଥିଲା। ହେଲେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଏହି କାର୍ଯ୍ୟ ନିର୍ମାଣ ସମୟରେ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଲୋକଙ୍କ ଅଭିଯୋଗ ହୋଇଥିଲା । ହେଲେ ଠିକାଦାରଙ୍କ ଉପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଆଶୀର୍ବାଦ ଥିବାରୁ ଅଭିଯୋଗକୁ ଚପାଇଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ହେଲେ ନିର୍ମାଣ କାର୍ଯ୍ୟର ନିମ୍ନମାନର ହୋଇ ଥିବାରୁ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ି ଠିକାଦାରଙ୍କ ନିର୍ମାଣ ମାନକୁ ପଦାରେ ପକାଇ ଦେଇଛି । କେନ୍ଦ୍ର ସରକାରଙ୍କ ଅମ୍ବୃତ୍ ସରବର ଯୋଜନାରେ ଅର୍ଥ ବ୍ୟୟବରାଦ କରି ପୋଖରୀକୁ ନିର୍ମଳ, ସୁନ୍ଦର ଓ ଭ୍ରମଣ ଜୁଗ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଧେଶ୍ୟରେ ନିର୍ମାଣ କରାଯାଇଥିଲା । ହେଲେ ପ୍ରଶାସନଙ୍କ ଆନ୍ତରିକତାର ଅଭାବ ହେଉକି ଠିକାଦାରଙ୍କ ଅଧିକ ଲାଭଖୋର ମନୋଭାବ ଯୋଗୁଁ ଏହି ଭଳି ନିର୍ମାଣର ଦୁଇ ମାସ ନପୁରଣୁ ଅମ୍ବୃତ୍ ସରବର ହିଡ ଭୁଶୁଡ଼ି ଥିବା ଆଇନଜୀବୀ ପ୍ରଦୀପ କୁମାର ସାହୁ, ବିଜେପି ଜିଲ୍ଲା ସଂପାଦକ ମହେଶ୍ବର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.