ରାଜ୍ୟସ୍ତରୀୟ ସବ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଗଞ୍ଜାମ ରନର୍ସ ଅପ ଓ ତୃତୀୟ ସ୍ଥାନରେ ବାଳକ ଦଳ

add-all


ବ୍ରହ୍ମପୁର (୦୯/୧୦) : ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମ ଦଳର କୃତିତ୍ୱ। କେନ୍ଦୁଝର ଠାରେ 7 ଓ 8 ଦୁଇଦିନ ଧରି ଆୟୋଜିତ ହୋଇଥିବା 20ତମ ସର୍ବ କନିଷ୍ଠ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ବାଳିକା ଦଳ ରନର୍ସ ଅପ ବିବେଚିତ ହୋଇଛନ୍ତି। ଗଂଜାମ ଦଳ ପୁରୀ ଓ ଯାଜପୁରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ଜଗତସିଂହପୁରକୁ ପରାସ୍ତ କରି ଫାଇନାଲରେ ଆୟୋଜକ କେନ୍ଦୁଝର ଦଳ ସହ ଖେଳିଥିଲେ। ସଂଘର୍ଷପୂର୍ଣ ଫାଇନାଲ ମ୍ୟାଚରେ (10-08) ଗୋଲ ବ୍ୟବଧାନରେ ପରାସ୍ତ ହୋଇ ରନର୍ସ ଅପ ହୋଇଥିଲେ। ସେହିଭଳି ବାଳକ ବିଭାଗରେ ଗଂଜାମ ଦଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାରେ ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଓଡିଶା ଦଳ ପାଇଁ ଚୟନ କରାଯିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଉଭୟ ବାଳକ ଓ ବାଳିକା ଟିମ ସହ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ବରିଷ୍ଠ ଖେଳାଳି ସନ୍ଦୀପ ପାତ୍ର, ଦୀପକ ମହାନ୍ତି ମେନେଜର ଓ କୋଚ ଭାବେ ଯାଇଥିଲେ। ଗଂଜାମ ଜିଲ୍ଲାର ଉଭୟ ଟିମର ଖେଳାଳୀ NIS ସାର୍ଟିଫିକେଟ ପ୍ରାପ୍ତ ଜାତୀୟ କୋଚ ପ୍ରଶାନ୍ତ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ଗଂଜାମର ଉଭୟ ବାଳିକା ଓ ବାଳକ ଟିମ ସଫଳତାର ସହ ଟ୍ରଫି ସହ ଫେରିବା ପରେ ବ୍ରହ୍ମପୁର ବିଧାୟକ ତଥା ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସଭାପତି ବିକ୍ରମ କୁମାର ପଣ୍ଡା ଓ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ। ଉଭୟ ଟିମର ସଫଳତା ପାଇଁ ସଂଘର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କର୍ପୋରେଟର ଅଶୋକ କୁମାର ଶୁକ୍ଳ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ସମ୍ପାଦକ ସୁରେଶ କୁମାର ପାଢୀ, କୋଷାଧ୍ୟକ୍ଷ ଡା. ମନୋଜ କୁମାର ପାତ୍ରଙ୍କ ସମେତ ସମସ୍ତ ସଭ୍ୟ ଓ ଅଭିଭାବକ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.