ଇଚ୍ଛା ଥିଲା ହେବାକୁ ଆଇଏସ ଅଫିସର କିନ୍ତୁ ପାଇଲେ ଓଏଏସ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମଲିକପଡା ଗ୍ରାମର ଅନିଲ କୁମାର ପରିଡା ଓ ମାତା ଶୈଳବାଳା ପରିଡାଙ୍କ ସୁପୁତ୍ର ଦିବ୍ୟ ଜ୍ୟୋତି ପରିଡା ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ୧୮୫ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗ୍ରାମାଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ସୂଚନା ଅନୁସାରେ ବାପା ନିଜ ଔରସରୁ ଜନ୍ମିତ ପୁତ୍ରକୁ ଛାଡି ଚାଲିଯିବା ପରେ ମା ଶୈଳବାଳା ବହୁ ଦୁଃଖ କଷ୍ଟ ସହ୍ଯ କରି ଏକୁଟିଆ ପୁଅକୁ ମଣିଷ କରିବା ପାଇଁ ବାକି ଉଦ୍ଧାର ସହ ରୁଣ ଆଣି ପୁଅକୁ ପାଠ ପଢାଇବା ସହିତ କୌଣସି କ୍ଷେତ୍ରରେ ପୁଅର ଯେପରି ଅଭାବ ନରହୁ ସେଥି ପ୍ରତି ସର୍ବଦା ଚେଷ୍ଟା କରୁଥିଲେ l କଥା ରେ ଅଛି କଷ୍ଟ କଲେ କୃଷ୍ଣ ମିଳେ l ସେହି କିମ୍ବଦନ୍ତୀକୁ ଆଖି ଆଗରେ ରଖି ପୁଅ ଦିବ୍ୟକୁ ପରିଶ୍ରମ କରି ଭଲ ନମ୍ବର ରଖି କୃତିତ୍ଵ ଅର୍ଜନ କରିବା ପାଇଁ ସର୍ବଦା ପ୍ରେରଣା ଦେଉଥିଲେ l ଯାହା ଆଜି ତାଙ୍କର ସ୍ଵପ୍ନକୁ ସାକାର କରିଛି ତାଙ୍କର ପୁଅ ଦିବ୍ୟ l ଶ୍ରୀମାନ ଦିବ୍ୟ ପ୍ରଥମେ ନିଜ ଗାଁ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଉଚ୍ଚ ପ୍ରାଥମିକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ପରେ ଅଷ୍ଟମରୁ ଦଶମ ପୋଲିସ ଉଚ୍ଚ ବିଦ୍ୟାଳୟ ଫୁଲବାଣୀରେ ଶିକ୍ଷା ସମାପନ କରିଥିଲେ l ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ବିଜ୍ଞାନ ରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶେଷ କରିବା ପରେ ଫୁଲବାଣୀ ମହାବିଦ୍ୟାଳୟ ରେ ଫିଜିକ୍ସରେ ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ଵ ହାସଲ କରିବା ପରେ ସେଞ୍ଚୁରିୟାନ ୟୁନିଭରସିଟି ଭୁବନେଶ୍ବରରେ ଏମଫିଲ୍ ପାଇଥିବା ଜଣାଯାଏ ।ଅର୍ଥାଭାବ ଯୋଗୁଁ ପି ଏଚ୍ ଡ଼ି ପଢ଼ା ଅଧାରୁ ଛାଡି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନ ଦେଲେ l ୨୦୧୯ ରେ ଦିଲ୍ଲୀରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ କୋଚିଂ ନେବାକୁ ନିଷ୍ପତ୍ତି ନେଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଉକ୍ତ ଅନୁଷ୍ଠାନ ବନ୍ଦ ହୋଇଯିବାରୁ ସେ ଓଡ଼ିଶା ଫେରି ଆସିଥିଲେ l ହେଲେ ବି ସେ ହାର ମାନିନଥିଲେ ଅକ୍ଲାନ୍ତ ପରିଶ୍ରମ ଆଗରେ ବେଳେ ବେଳେ ଭାଗ୍ୟକୁ ମଧ୍ଯ ହାର ମାନିବାକୁ ପଡିଥାଏ l ପରେ ସେ ପ୍ରଥମଥର ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରି ନଥିଲେ l ଦ୍ଵିତୀୟ ଥର ଦେଇଥିବା ଓଏସ ପରୀକ୍ଷାରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ପ୍ରଥମେ ତାଙ୍କ ମାଙ୍କୁ ଦେବା ପରେ ନିଜର ସୁଭାକାଂକ୍ଷୀ ପରିବାର ସହ ନିଜର ସମସ୍ତ ସ୍କୁଲ କଲେଜ ଟିଚର ବିଶେଷ ଭାବେ କେତେକ ଆଇ ଏ ଏସ ଅଫିସରଙ୍କ ପ୍ରେରଣା ରେ ତାଙ୍କୁ ଆଗକୁ ବଢିବା ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା l ଓଏଏସ ପାଇବା ପରେ ସାଙ୍ଗ ସାଥି ମାନେ ଶୁଭେଚ୍ଛା ଜଣାଇଛନ୍ତି l

ad-week
Leave A Reply

Your email address will not be published.