ମା ଗଜଲକ୍ଷ୍ମୀଙ୍କ ପୂଜାରେ ହିଞ୍ଜିଳିକାଟୁ ସହର ଉତ୍ସବମୁଖର

add-all

ହିଞ୍ଜିଳିକାଟୁ (୯।୧୦) ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ହିଞ୍ଜିଳିକାଟୁ ପୌରପରିଷଦ ସମେତ ନିକଟବର୍ତ୍ତୀ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ରାଧାକୃଷ୍ଣ ମାର୍ଚେଣ୍ଟ ଏସୋସିଏସନ ତରଫରୁ ଦୀର୍ଘ ୧୧ ଵର୍ଷ ଧରି ଚାଲିଥିବା ମାଁ ଗଜଲକ୍ଷ୍ମୀଙ୍କ ପୃଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମାଁଗଜଲକ୍ଷ୍ମୀଙ୍କକୁ ଆରଧନା ନିମନ୍ତେ କମିଟି ପକ୍ଷରୁ ଅଙ୍କୁର ରୋପଣ, କଳସ ଶୋଭାଯାତ୍ରା ସହ ବିଭିନ୍ନ ମନ୍ଦିର ରୁ ଆଙ୍ଗ୍ୟାମାଳ ଆଣି ଅସ୍ଥାଇ ମଣ୍ଡପରେ ପୂଜାର୍ଚ୍ଚନାରେ ପୁରୋହିତ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୟନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ପଡିଛି।ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ଛକ ଅସ୍ଥାୟୀ ମଣ୍ଡପ ,ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଘୋଡାହଡ ନଦୀ କୂଳରେ ରାଧାକୃଷ୍ଣ ମାର୍ଚେଣ୍ଟ ଏସୋସିଏସନ ତରଫରୁ ଦୀର୍ଘ ୧୧ ଵର୍ଷ ଧରି ଧନଧାତ୍ରୀ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ମହାସମାରୋହରେ ଆରମ୍ଭ ହୋଇଛି। ସେହିପରି ହିଞ୍ଜିଳିକାଟୁ ପୌରପରିଷଦ ହିଞ୍ଜିଳି ମଠପଦର ସାହି, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ରେ ଧନଧାତ୍ରୀ ମାଁ ଗଜଲକ୍ଷ୍ମୀଙ୍କ ପୃଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁସ୍ସଜିତ କଳାକୁଞ୍ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ଧନଧାତ୍ରୀ ମାଁ ଗଜଲକ୍ଷ୍ମୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ। ମାଁ ଗଜଲକ୍ଷ୍ମୀଙ୍କ ପୂଜାରେ ସଂନ୍ଧ୍ଯାରେ ଆଳତି ଦର୍ଶନ କରିବା ନିମନ୍ତେ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କର ପ୍ରଵଳ ଭିଡ ପରିଲକ୍ଷିତ ହୋଇଥିଲା। ୯ ରିଖ ରଵିବାର ଠାରୁ ଆରମ୍ଭ ହୋଇ ୧୫ ତାରିଖ ରେ ପୂର୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ହିଞିଳିକାଟୁ ରାଧାକୃଷ୍ଣ ମାର୍ଚେଣ୍ଟ ଏସୋସିଏସନ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.