ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

add-all


କୁଡୁମୁଲୁଗୁମ୍ମା (୧୧/୧୦) : କୁଡୁମୁଲୁଗୁମ୍ମା ବ୍ଲକର ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରେ ନାକାମାମୁଡି ଗ୍ରାମ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ବୟାପଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତଥା ଗଙ୍ଗାପଡା, ଦାମଦାର ବେଡା, ଘିସିଙ୍ଗବେଡା,ବାଟଗୁଡା,ବଡାକିଆଗୁଡା, ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅନୁରୂପ ଭାବେ ବାଳିକା ଦିବସ ପାଳନ କରାଯାଇଥିବା ବେଳେ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଗହଣରେ ନାରୀ ଶିକ୍ଷା ସାମ୍ପ୍ରତିକ ସମାଜରେ ନାରୀର ଭୂମିକା ମହିଳା ସଶକ୍ତିକରଣ, ନାରୀ ଜାଗରଣ ଉପରେ ବିଭିନ୍ନ ପ୍ରକାର ରଚନା, ବକୃତା,ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା କରାଯାଇ ପୃରସ୍କୃତ ମଧ୍ଯ କରାଯାଇଛି l ବୟାପଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସରକାରୀ ବ୍ଲକ ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଶ୍ରୀ ଅଞ୍ଜନ ଚୌଧୁରୀ ଅତିଥି ରୂପେ ଯୋଗଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀଧର ରାଉତ ସଭା ପରିଚାଳନା କରିଥିଲେ ଶିକ୍ଷକ ପିତାମ୍ବର ପରିଡା, ସନ୍ତୋଷିନୀ ମୁଦୁଲି, ମାଳି ଚାଲାଣ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ l ଛାତ୍ରୀ ମାନଙ୍କ ମଧ୍ୟରୁ ଅଞ୍ଜନା ବିଶୋଇ,ଆରଚିତା ଚାଲାଣ,ଅନନ୍ତି ଚାଲାଣ,ରୁବି ଚାଲାଣ,କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ତତ୍ ସହିତ ଶିକ୍ଷକ ମନୋରଞ୍ଜନ ଜେନା, ପ୍ରଫୁଲ୍ଲ କୁମାର ସାହୁ,ବିବି ଚାଲାଣ,କର୍ଣ୍ଣ ଭତ୍ରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.