
ହିଞ୍ଜିଳିକାଟୁ ୧୧/୧୦ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ଜିଲ୍ଲା ସ୍ତରିୟ ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୧୦୦ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ,ପ୍ରବନ୍ଧ, ରଙ୍ଗୋଲି, ସ୍ଲୋଗାନ ଲିଖନ ଆଣ୍ଡ କ୍ରାଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ମାନସରଞ୍ଜନ ଵଳିଆରସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ବ୍ଳକର ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେଥୂ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଅନ୍ୟତମ ଅତିଥିଭାବେ ସମଗ୍ର ଶିକ୍ଷା ସଂଯୋଜକ ଜ୍ୟୋତି ପ୍ରକାଶ ରଥ, ହିଞ୍ଜିଳି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ଏବିଇଓ ସୁସିଲ କୁମାର ପାତ୍ର ଯୋଗଦେଇ କୃତି ଓ ସମସ୍ତ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ। ବାଳିକା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ତ୍ବ ରହିଛି ଵୋଲି ଅତିଥି ବୂନ୍ଦ କହିଥିଲେ ।ଶେଷରେ ସିଆର ସିସି ଅଖିଳ କୂମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଵିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର କୁମାର ସାବତ, ଲାଲ ମୋହନ ସାହୁ, , ଶିକ୍ଷକ ବୈକୁଣ୍ଠ ନାଥ ପାଢି, ରଶ୍ମିତା ପାଢୀ, ସୁଜତା ପ୍ରଧାନ, ମଞ୍ଜୁଲତା ଦତ୍ତ, ଭାରତୀ ଚୌଧୁରୀ, ଗାୟତ୍ରୀ ଚୌଧୁରୀ, ଗାୟତ୍ରୀ ମହାପାତ୍ର,ପ୍ରତିମା ପାତ୍ର, ପ୍ରଶନ ଗୈଡ ଓ ଶିକ୍ଷକ ସନ୍ତୋଷ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।