
ବ୍ରହ୍ମପୁର : ନିଜ ଭାଇ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିଶୋଧ ନେଇ ଗତ ଅକ୍ଟୋବର ୮ ତାରିଖରେ ମୁକେସ୍ ସାହୁ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ଼୍ ରେ ଗତ ୮ ତାରିଖରେ ଏହି ଆକ୍ରମଣ ଘଟଣା ଘଟିଥିଲା।ଏହି ଘଟଣା ରେ ସମ୍ପୃକ୍ତ ଗିରଫ ମାନଙ୍କ ମଧ୍ୟରେ ବିଜିପୁର ବଡ଼ ବାଉରି ସାହିର ପେଟା ଓରଫ୍ ମନୋଜ ଦାସ, ବବୁଲ ଓରଫ ବିବେକ ଦାସ, ଶିବ ଦାସ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସୂଚନା ଅନୁସାରେ ଗତ ୮ ତାରିଖରେ ମୁକେସ୍ ସାହୁ କୌଣସି କାମ ସାରି ଫେରୁଥିବା ବେଳେ ଷ୍ଟେସନ୍ ରୋଡ଼୍ ସ୍ଥିତ ମାଟି ହାଣ୍ଡି ହୋଟେଲ ନିକଟରେ ପେଟା ଓରଫ୍ ମନୋଜ ଦାସ, ବବୁଲ ଓରଫ ବିବେକ ଦାସ ଏବଂ ଶିବା ଦାସ ତାଙ୍କୁ ଅଟକାଇଥିଲେ । ପେଟା ମୁକେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଫଳରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ କ୍ଷିପ୍ତ ହୋଇ ପେଟା ଓରଫ ମନୋଜ ଦାସ ଏକ ବିୟର ବୋତଲରେ ମୁକେଶକୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଥିଲା । ବିବେକ ଦାସ ମଧ୍ୟ ମୁକେଶକୁ ମଦ ବୋତଲରେ ଆକ୍ରମଣ କରିଥିଲେ । ସେହି ସମୟରେ ମୁକେଶଙ୍କ ସାଙ୍ଗ ଆକାଶ ନାୟକ ସେଠାରେ ଉପସ୍ଥିତ ଥିବା ବେଳେ ସେ ତାଙ୍କୁ ଉଦ୍ଧାର କରି ଗୋଷାଣିନୂଆଗାଁ ଥାନାକୁ ନେଇଯାଇଥିଲେ । ପୋଲିସ ମୁକେଶକୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମ୍କେସିଜି ବଡ଼ମେଡ଼ିକାଲରେ ଭର୍ତି କରିଥିଲା । ମୁକେଶ୍ ସାହୁଙ୍କ ପିତା ମନୋଜ ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ଗୋଷାଣିନୂୂଆଗାଁ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ଲିଖିତ ଅଭିଯୋଗକୁ ଭିତି କରି ୩ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଅନୁସନ୍ଧାନ ଜାଣିବାକୁ ପାଇଛି ଯେ, ଗତ ୨୦୨୦ ମସିହାରେ ମୁକେଶ୍ ସାହୁ ଏବଂ ତାଙ୍କ ଭାଇ ଆଶିଷ ସାହୁ, ପିତା ମନୋଜ ସାହୁ ବିବେକ ଦାସ ଓରଫ ବବୁଲର ଭାଇ ରିତିକ୍ ଦାସଙ୍କୁ ନେହୁରୁ ପାର୍କ ନିକଟରେ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁକେସ୍ ସାହୁଙ୍କୁ ଅଭିଯୁକ୍ତ ମାନେ ଆକ୍ରମଣ କରିଥିବା ପୋଲିସ ଜାଣିବାକୁ ପାଇଛି । ପୂର୍ବରୁ ମନୋଜ ଦାସ ଏବଂ ପେଟା ନାଁରେ ଗୋଷାଣିନୂଆଗାଁ ଥାନାରେ ମାମଲା ରହିଥିବାବେଳେ ବିବେକ ଦାସ ନାଁରେ ଟାଉନ୍ ଥାନା ଏବଂ ଗୋଷାଣିନୂଆଗାଁଥାନାରେ ମାମଲା ରହିଛି । ଏବଂ ଶିବା ଦାସଙ୍କ ନାମରେ ମଧ୍ୟ ଗୋଷାଣିନୂଆଗାଁ ଓ ଟାଉନ୍ ଥାନାରେ ବିଭିନ୍ନ ମାମଲା ରହିଅଛି । ଆକ୍ରମଣ ଘଟଣାରେ ବ୍ୟବହୃତ ମଦ ବୋତଲକୁ ମଧ୍ୟ ପୋଲିସ ଜବତ କରିଛି ।