ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ

add-all

ଫୁଲବାଣୀ : ଅନୁଷ୍ଠିତ ହୋଇଥିବା ବୈଠକରେ ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ କରାଯାଇଛି l ଏହି ନୂତନ ଟିମକୁ ଛାତ୍ର ସଂଘ କନ୍ଧମାଳର ପ୍ରତିଷ୍ଠାତା ତଥା ସଭାପତି ଦେବାଶିଷ ସାହାଣୀଙ୍କ ନେତୃତ୍ଵରେ ସର୍ବସମ୍ମତି କ୍ରମେ ନୂତନ ଟିମ ଗଠନ କରାଯାଇଛି l l ପ୍ରିୟାଂଶୁ ପଟ୍ଟନାୟକଙ୍କୁ ଜିଲ୍ଲା ଉପସଭାପତି,ସ୍ମୃତି ରଞ୍ଜନ ନାୟକଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ଚିନ୍ମୟ ମହାନ୍ତିଙ୍କୁ ଜିଲ୍ଲା ଯୁଗ୍ମ ସମ୍ପାଦକ ଭାବେ ଚୟନ କରିଛନ୍ତି ସଭାପତି ଦେବାଶିଷ ସାହାଣୀ l ଉକ୍ତ ସଙ୍ଘ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ ଥିବା ସୁବିଧା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ସମେସ୍ତ ପଢିବେ ସମସ୍ତେ ବଢିବେ କୁ କାର୍ଯ୍ୟକାରୀ କରାଇବା ଏହି ସଙ୍ଘର ଲକ୍ଷ୍ୟ ରଖାଯାଇଛି ବୋଲି ସଙ୍ଘ ସଭାପତି ଦେବାଶିଷ କହିଛନ୍ତି l

ad-week
Leave A Reply

Your email address will not be published.