ବିଜେଡିର ଜନ ସମ୍ପର୍କ ପଦଯାତ୍ରା

add-all

ଦାରିଙ୍ଗବାଡ଼ି, ୧୨/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ଅଞ୍ଚଳ ଯଥା ତାଯୁଙ୍ଗିଆ, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରି ଗାଁ, ଗୋଦାପୁର୍, ବ୍ରାହ୍ମୀଣୀ ଗାଁ, ସରାମୁଳି ଓ ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର କର୍ମୀ ଓ ଶତାଧିକ ଜନସାଧାରଣଙ୍କୁ ନେଇ ଜନସଂପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜି. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ବ୍ରାହ୍ମଣୀ ଗାଁ ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଝିଞ୍ଜିରୀଗୁଡ଼ା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇ ଥିଲା । ଲଘଚାପଜନିତ ବର୍ଷାକୁ ଖାତ୍ରି ନକରି ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀଯୁକ୍ତ ପ୍ରଧାନଙ୍କ ସହିତ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ବ୍ଲକ ସଭାପତି ଜୋତିରଞ୍ଜନ ପ୍ରଧାନ, ୧୦ନଂ ଜନ୍ ଜିଲ୍ଲା ପରିଷଦ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧ ବାଣୀ ନାୟକ, ଜିଲ୍ଲା ଆଦିବାସୀ ଉନ୍ନୟନ ଅଧକ୍ଷ ରୋଦନ ମଲ୍ଲିକ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କଂହର, ଛାତ୍ର ଯୁବ ନେତା ରୂପକ କୁମାର ସାହୁଙ୍କ ସହିତ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମୀ ସମୂହ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା ଯୁବ ସମ୍ପାଦକ ବାବୁନି ପଣ୍ଡା, ବ୍ଲକ ଉପସଭାପତି ଦେବ ଚନ୍ଦ୍ର ମଲ୍ଲିକ, ବରିଷ୍ଠ କର୍ମୀ ବିରଞ୍ଚି ବିଷୋୟୀ,ନଳିନୀ କାନ୍ତ ପାଣଗ୍ରାହୀ ସୁରଥ ବଡ଼ନାୟକ, ଚିନା ଦୋରା, ରାଜୁ ବେହେର୍ ଦୋଲଇ, ଜ୍ୟୋତି ସିଂ ପ୍ରମୁଖଙ୍କ ସହିତ ଅଞ୍ଚଳର ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନେଇ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ad-week
Leave A Reply

Your email address will not be published.