ଉଦ୍ୟୋଗ ଭିତ୍ତିକ ଋଣ ବଣ୍ଟନ ମେଳା

add-all

ଦାରିଙ୍ଗବାଡ଼ି , ୧୨/୧୦, ଦାରିଙ୍ଗବାଡ଼ି ବ୍ଲକ ପରିସରରେ ବୁଧବାର ମିଶନ ଶକ୍ତି ଜରିଆରେ ବ୍ୟାଙ୍କ ଲୋନ ପ୍ରଦାନ ନିମନ୍ତେ ଏକ ଉଦ୍ୟୋଗ ଭିତ୍ତିକ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଡ଼ଃ ଅଶୋକ କୁମାର ଦାସ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଚନ୍ଦ୍ରିକା ମଳିକ , ଏପିଓ ତ୍ରିନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୫୫ ଜଣଙ୍କୁ ୭୫ ଲକ୍ଷ ଟଙ୍କା ଋଣ ଚେକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ମଞ୍ଚାସିନ ଅତିଥିମାନେ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବିଭାଗ ବିପିଏମ୍ ପିଣ୍ଟୁ ନାୟକ ପରିଚାଳନା କରିଥିବା ବେଳେ ଶେଷରେ ବିଏଲସି ମନ୍ଦାକିନି ମଳିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଓଏଲଏମ ବିଭାଗର (YP) ଉଆଇପି ଅମିତ ବେହେରା, ବିଏଲସି ସାନୁଜ କୁମାର ପ୍ରଧାନ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.