
ବ୍ରହ୍ମପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ରାଜସ୍ବ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ ରହିଛି । ଜନ ସାଧାରଣଙ୍କୁ ପ୍ରଦାନ କରାଯାଉଥିବା ସେବା ଗୁଡିକ ସଠିକ ସମୟରେ ହୋଇ ପାରିଲେ ହିତାଧିକାରୀଗଣ ୁପକୃତ ହୋଇପାରିବେ । ଏଥି ନିମନ୍ତେ ଅଧିକ ଯତ୍ନବାନ ହେବାକୁ ସମସ୍ତ ତହସିଲଦାର ମାନଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାରେ ରହିଥିବା ସମୁଦାୟ ୫୩୫ଗୋଟି ସୈରାତ ଉତ୍ସ ଗୁଡିକ ମଧ୍ୟରୁ ୧୯୫ ଗୋଟି ଉତ୍ସ ବନ୍ଦ କରାଯାଇଛି ଏବଂ ୩୪୦ ଗୋଟି ସୈରାତ୍ ଉତ୍ସ କାର୍ଯ୍ୟକ୍ଷମ ହେବ । ତନ୍ମଧ୍ୟରୁ ୧୬୨ ଗୋଟି ଉତ୍ସ କାର୍ୟକ୍ଷମ କରାଯ.ାଇଅଛି । ବଳକା ରହିଥିବା ୧୭୮ ଉତ୍,ସ ଗୁଡିକ କାର୍ଯ୍ୟ ।କ୍ଷମ କରିବା ନେଇ ରହିଥିବା ପ୍ରତିବନ୍ଧକ ଗୁଡିକର ଆଶୁ ସମାଧାନ ଯଥାଶୀଘ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଯେତେ ସବୁ କ୍ରସର ୟୁନିଟ୍ ରହିଛି ସେଗୁଡିକ ତଦନ୍ତ କରି ଆଗାମୀ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଅବଗତ କରାଯାଇଛି । ଲଘୁ ଖଣିଜଦ୍ରବ୍ୟ ଗୁଡିକର ଚୋରା ଚାଲାଣକୁ ରୋକିବା ଦିଗରେ ବାରମ୍ବାର ଚଢାଉ ସହିତ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ୨୦୨୨ ଏପ୍ରିଲ ଠାରୁ ସେପ୍ଟେମ୍ବର ମାସ ସୁଦ୍ଧା ୨୬୫୫୦ ଗୋଟି ପଟ୍ଟା ଆବଣ୍ଟନ କରାଯାଇଅଛି । ବଳକା ରହିଥିବା ୪୫୦୦୦ ଗୋଟି ପଟ୍ଟା ଯଥାଶୀଘ୍ର ପ୍ରଦାନ କରିବାକୁ କୁହାଯାଇଛି । ବେବନ୍ଦୋବସ୍ତ ଜମି ଗୁଡିକର ବନ୍ଦୋବସ୍ତ କରିବାକୁ ପରାମର୍ଶ ଦିଆଯାଇଛି । ମ୍ୟୁଟେସନ ପଟ୍ଟା, ପ୍ରମାଣପତ୍ର ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଗଲେ ହିତାଧିକାରୀଗଣ ଠିକ୍ ସମୟରେ ଉପକୃତ ହୋଇ ପାରିବେ । ଏଥିସକାଶେ କାର୍ଯ୍ୟ ତ୍ବରାନ୍ବୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରାଯାଇ ନାହିଁ ସେମାନଙ୍କୁ ଭୂ ଅଧିକାର ଆଇନ୍ ର ଶତ୍ତ୍ବ ପ୍ରଦାନ ସକାଶେ ଯଥାଶୀଘ୍ର ପଟ୍ଟା ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ । ରାଜସ୍ବ ଆଦାୟ ସକାଶେ ପ୍ରଦାନ କରାଯାଇଥିବା ଲକ୍ଷ୍ୟ ଧାର୍ଯ୍ୟ ଯେପରି ପୂରଣ ହେବ ସେଥି ସକାଶେ ସମସ୍ତ ତହସିଲଦାରଗଣ ପଦକ୍ଷେପ ନେବାକୁ କୁହାଯାଇଛି । ବିଶେଷଭାବେ ଇ-ପାଉତି ମାଧ୍ୟମରେ ଅନଲାଇନ୍ ରାଜସ୍ବ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବ୍ଲକ୍ ଅଞ୍ଚଳରେ ବସ୍ ଷ୍ଟାଣ୍ଡ ନିର୍ମାଣ ହେବ । ଏଣୁ ଯଥାଶୀଘ୍ର ସ୍ଥାନ ଚିହ୍ନଟ କରି ଜଣାଇବାକୁ କୁହାଯାଇଛି । ବସୁନ୍ଧରା ଯୋଜନାରେ ଭୂମିହୀନ କରିବାରଙ୍କୁ ଜାଗା ପ୍ରଦାନ, ଜରୁରୀ କାଳୀନ ବିଭାଗ ଦ୍ବାରା ସହାୟତା ରାଶି ଶୀଘ୍ର ପ୍ରଦାନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ସଡକ ସୁରକ୍ଷା ଦିଗରେ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ଚଢାଉ କାର୍ଯ୍ୟକୁ ବ୍ୟାପକ କରି ଜୋରିମାନା ଆଦାୟ ଏବଂ ଲାଇସେନ୍ସ ରବ୍ଦକୁ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ବିଭାଗ ଦ୍ବାରା ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଡେପୁଟି କଲେକ୍ଟର ରାଜସ୍ବ ରାଜ କିଶୋର ଜେନା, ବ୍ରହ୍ମପୁରର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।