
ଦାରିଙ୍ଗବାଡ଼ି (୧୩/୧୦) : ବ୍ଲକ ପରିସରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଗଦାଧର ପାତ୍ର, ଓମ୍ବୁଡ୍ସ ପରସନ (Ombudsman) ତପନ କୁମାର ପାତ୍ର, ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ନାୟକ ପ୍ରମୁଖ ଯୋଗ ଦେଇ ମନରେଗା ଯୋଜନା ଓ ଏହାର ଅଡିଟକୁ ନେଇ ଆଲୋକପାତ କରିଥିଲେ। ବ୍ଲକର ୨୫ ଗୋଟି ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ ନିର୍ବାହି ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜିଆରଏସ , ଲାଇନ ବିଭାଗ ଅଧିକାରୀ, ଗାଁ ସାଥି , ବ୍ଲକ ସୋସିଆଲ ଅଡିଟର ,ସମସ୍ତ ଭିଆରସି, ଶ୍ରମଜୀବୀ ଏବଂ ମନରେଗା କର୍ମଚାରୀ ଉପସ୍ଥିତ ଥିଲେ। ବିପିଏମ ପିଣ୍ଟୁ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ପ୍ରତ୍ୟେକ ପଞ୍ଚାୟତ ଏବଂ ଲାଇନ ଡ଼ିପାର୍ଟମେଣ୍ଟ ଅଧିକାରୀ ନିଜ ପ୍ରକଳ୍ପ ଏବଂ ଖର୍ଚ୍ଚର ବିବରଣୀ ପ୍ରଦାନ କରିଥିଲେ। ଜନ ଶୁଣାଣୀରେ ମୋଟ ୨ ଟି ଅଭିଯୋଗ ଆସିଥିଲା ସେଗୁଡ଼ିକର ସମାଧାନ ପାଇଁ ବିଡ଼ିଓ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।