ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା

add-all

ସୁନ୍ଦରଗଡ଼ /ରାଉରକେଲା : ରାଜ୍ୟ ର ସୁପ୍ରିମୋ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଉରକେଲା ଗସ୍ତ ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ( ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ,ଦକ୍ଷତା ବିକାଶ ପ୍ରାଧିକରଣ ଓ ବୈଷୟିକ ଶିକ୍ଷା ଓଡ଼ିଶା ସରକାର ) ରାଉରକେଲା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ୍ୟ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କ ସହ ମିଶି କୁଆରମୁଣ୍ଡା ବ୍ଲକ ବାର୍ତ୍ତାଗୁଟୁ ଗ୍ରାମ ରେ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଫୁଟବଲ ଖେଳାଳି ମାଇକେଲ ସୁରିନ (୧୨) ଏବଂ ଅଜୟ ଲାଖୁଆ (୨୪) ଙ୍କ ପରିବାରବର୍ଗଙ୍କୁ ଭେଟି ଏବଂ ତାଙ୍କ ରହୁଥିବା ବାସଗୃହ ପରିଦର୍ଶନ କରି ୧ ଲକ୍ଷ ଟଙ୍କା ଲେଖାଏଁ ଉଭୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ad-week
Leave A Reply

Your email address will not be published.