ଘୁ. ଉଦୟଗିରି ବିଧାୟକ ସମବାୟ ବହୁମୁଖୀ ଲିଃ କାର୍ଯ୍ୟାଳୟ ପରିଦର୍ଶନ କଲେ

add-all

ଦାରିଙ୍ଗବାଡ଼ି,୧୩/୧୦: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇଁ ଗତ କାଲି କରା ଯାଇଥିବା ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଯୋଗ ଦେଇ ଥିଲେ। ସେହି ଅବସରରରେ ବ୍ରାହ୍ମଣୀଗାଁ ସ୍ଥିତ ବୃହଦାକାର ବହୁମୁଖୀ ସମବାୟ ଲିଃ ର ସଭାପତି ଶ୍ରୀମତୀ ନୀଳମତି ମଲିକଙ୍କ ଅନୁରୋଧ କ୍ରମେ ବହୁମୁଖୀ ସମବାୟ ଲିଃ କାର୍ଯ୍ୟାଳୟରେ ବିଧାୟକ ପହଞ୍ଚି ଅଞ୍ଚଳର ଚାଷୀ କୁଳଙ୍କ ପାଇଁ ଥିବା ସରକାରଙ୍କ ସୁବିଧା ସୁଯୋଗ କିଭଳି ଯୋଗାଇ ଦିଆଯାଉଛି ଏମ ଡି ଅଜିତ କୁମାର ସିଂ ଙ୍କ ସମେତ ସମସ୍ତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ପରି ପ୍ରେକ୍ଷୀରେ ବ୍ରାହ୍ମଣୀଗାଁର ପୂର୍ବତନ ସରପଞ୍ଚ ତଥା ଗ୍ରାମ୍ୟ ମୁଖିଆ ରାମ ଚନ୍ଦ୍ର ପାତ୍ର ଓ ସମବାୟ ଲିଃ ର ସଭାପତି ଶ୍ରୀମତୀ ମଳିକ ସମବାୟ ସମିତି ଲିଃ କାର୍ଯ୍ୟାଳୟ ବହୁ ପୁରାତନ ହୋଇଥିବାରୁ ଲଗାଣ ବର୍ଷାରେ ଛାତରୁ ବର୍ଷା ଜଳ ଲିକ ହୋଇ କାମ କରି ହେଉ ନଥିବା ବିଧାୟକଙ୍କୁ ଅବଗତ କରିଥିଲେ। ପୂର୍ବତନ ସରପଞ୍ଚ ଶ୍ରୀ ରାମଚନ୍ଦ୍ର ପାତ୍ର ଓ ସଭାପତି ଶ୍ରୀମତୀ ମଲିକଙ୍କ ଅନୁରୋଧ ରକ୍ଷା କରି ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବିଧାୟକଙ୍କ ଏହି ପ୍ରତିଶ୍ରୁତିରୁ ବହୁମୁଖୀ ସମବାୟ ଲିଃ ର ସମସ୍ତ କର୍ମଚାରୀ ସମେତ ଅଞ୍ଚଳ ବାସୀ ବିଧ୍ୟାକଙ୍କୁ ସାଧୁବାଦ ଜଣାଇ ଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.